ETV Bharat / state

ରାଉରକେଲାରେ ଗଡିଲା ସାଇବର କ୍ରାଇମ ସଚେତନତା ରଥ

author img

By ETV Bharat Odisha Team

Published : Oct 2, 2023, 12:39 PM IST

ରାଉରକେଲାରେ ଆଜିଠୁ ଗଡ଼ିଲା ସାଇବର କ୍ରାଇମ ସଚେତନତା ରଥ । ରାଉରକେଲା ଏସପି ଏହାର ଉଦଘାଟନ କରିଛନ୍ତି । ରାଉରକେଲା ପୋଲିସ ଜିଲ୍ଲାରେ ଗଡି ଲୋକଙ୍କୁ ସଚେତନ କରିବ ଏହି ସଚେତନତା ରଥ । ଆଗକୁ ପଢନ୍ତୁ..

ରାଉରକେଲାରେ ଗଡିଲା ସାଇବର କ୍ରାଇମ ସଚେତନତା ରଥ
ରାଉରକେଲାରେ ଗଡିଲା ସାଇବର କ୍ରାଇମ ସଚେତନତା ରଥ

ରାଉରକେଲାରେ ଗଡିଲା ସାଇବର କ୍ରାଇମ ସଚେତନତା ରଥ

ରାଉରକେଲା: ରାଉରକେଲାରେ ଆଜିଠୁ ଗଡିଲା ସାଇବର କ୍ରାଇମ ସଚେତନତା ରଥ । ରାଉରକେଲା ଏସ୍‌ପି ଏହାର ଉଦଘାଟନ କରିଛନ୍ତି । ରାଉରକେଲା ପୋଲିସ ଜିଲ୍ଲାରେ ଗଡିବା ସହ ଏହା ଲୋକଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବ ଏହି ସଚେତନତା ରଥ ।

ରାଜ୍ୟ ସରକାର ସାଇବର ଅପରାଧ ନିୟନ୍ତ୍ରଣ ସେଲ୍‌ ପକ୍ଷରୁ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା ରଥର ବ୍ୟବସ୍ଥା କରାଯାଇଛି । ରାଉରକେଲା ସହରରେ ଏହି ସଚେତନତା ରଥକୁ ଉଦଘାଟନ କରିଛନ୍ତି ରାଉରକେଲା SP । ସୁନ୍ଦରଗଡ଼ ଜିଲ୍ଲାରେ ଏବଂ ରାଉରକେଲାରେ ସାଇବର ସୁରକ୍ଷା ନେଇ ସଚେତନ କରିବ ଏହି ରଥ । ଏହାକୁ ନେଇ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ତେବେ ସାଇବର ଠକେଇରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୩୦ ତାରିଖରୁ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅଭିଯାନକୁ ୩୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ତେବେ ଆଜି(ସୋମବାର)ଠାରୁ ରାଉରକେଲା ସହରରେ ଏହି ସଚେତନତା ରଥ ଗଡ଼ିବ । ଆଜି ରାଉରକେଲା SP ଅଫିସରୁ ଏହି ରଥ ବାହାରି ରାଉରକେଲା ମହାନଗର ନିଗମ ଅଫିସ ଏବଂ ଉଦିତନଗର ଥାନା ଅଞ୍ଚଳରେ ଏହା ବୁଲିବ । ଏବଂ ଆସନ୍ତାକାଲି(ମଙ୍ଗଳବାର) ଉଦିତନଗର ଓ ପ୍ଲାଣ୍ଟସାଇଡ଼ ଥାନା ଅଞ୍ଚଳରେ ବୁଲିବ ଓ ଆସନ୍ତା 4 ତାରିଖ ଦିନ ରଘୁନାଥ ପାଲ୍ଲୀ ଥାନା ଏବଂ ପାଞ୍ଚ ତାରିଖ ଛେଣ୍ଡ ଏବଂ ସେକ୍ଟର ସାତ ଥାନା ସହ ପ୍ରତ୍ୟକ ଦିନ 15 ତାରିଖ ଯାଏ ରାଉରକେଲା ଜିଲ୍ଲା ପୋଲିସ ଅଧୀନରେ ଥିବା ଅଞ୍ଚଳ ପରିଭ୍ରମଣ କରି ଲୋକଙ୍କୁ ସାଇବର ଅପରଧ ଉପରେ ସଚେତନ କରିବେ ।

ଏହାମଧ୍ୟ ପଢନ୍ତୁ..Cyber Safety Campaign: ଆସନ୍ତା ୩୦ରୁ ରାଜ୍ୟରେ ବୁଲିବ ସଚେତନତା ରଥ

ତେବେ ସାଇବର ଲୁଟ ବା ସାଇବର ଠକେଇ ଉପରେ ହେଉଥିବା ଘଟଣା ଏବଂ ଏହାର କାରଣ ଉପରେ ଆଲୋକପାତ କରିବ । କିଭଳି ସତ୍ୟତା ଯାଞ୍ଚ ପରେ ଅନଲାଇନରେ ଅର୍ଥ ନେଣଦେଣ କରିବେ, ସୋସିଆଲ ମିଡିଆରେ ଅଜଣା ବ୍ୟକ୍ତି ସହ ବନ୍ଧୁତା ନ କରିବା, ଅଜଣା ଏସ୍ଏମ୍ଏସ୍. ବା ଲିଙ୍କ୍‌ କିମ୍ବା ସନ୍ଦେହାତ୍ମକ ଆପ୍ ଡାଉନଲାଡ୍‌ ନକରିବାକୁ ପରାମର୍ଶ ଦିଆଯିବ ଏହି ସାଇବର ଠକେଇ ସଚେତନତା ରଥ ପକ୍ଷରୁ । ସାଇବର ଅପରାଧରୁ ବଞ୍ଚିବା ପାଇଁ କଣ କରିବେ? ସେ ଉପରେ ମଧ୍ୟ ସାଧାରଣ ଲୋକଙ୍କୁ ଏହି ରଥ ମାଧ୍ୟମରେ ସଚେତନ କରାଯିବ । ସେଥିପାଇଁ ସମସ୍ତେ ଏହି ଅଭିଯାନରେ ସାମିଲ ହେବାକୁ ରାଉରକେଲା SP ନିବେଦନ କରିଛନ୍ତି ।

ବିଭିନ୍ନ ପ୍ରକାର ସଂଗଠନ ଦ୍ବାରା ମଧ୍ୟ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକଙ୍କୁ ସଚେତନ କରାଯିବ । ତେବେ ରାଜ୍ୟରେ ସାଇବର୍ ଠକେଇ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଏହି ରଥ ଆଜିଠାରୁ ଆସନ୍ତା ୧୫ ତାରିଖ ଯାଏଁ ରାଉରକେଲା ପୋଲିସ ଜିଲ୍ଲା ଅଧୀନରେ ବୁଲି ସଚେତନତା କରିବ । ସାଇବର ଅପରଧରୁ ବର୍ତ୍ତିବାକୁ ସାହାଯ୍ୟ କରିବ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.