କଟକରେ ଉଦଯାପିତ ହେଲା ସାଇବର ସଚେତନତା ଅଭିଯାନ

By ETV Bharat Odisha Team

Published : Oct 15, 2023, 4:58 PM IST

thumbnail

କଟକ: ଆଜି କଟକ ଜିଲ୍ଲାରେ ଉଦଯାପିତ ହେଲା ସାଇବର ସଚେତନତା କାର୍ଯ୍ୟକ୍ରମ । ଦୀର୍ଘ ୧୩ ଦିନ ଧରି ଚାଲିଥିବା ଏହି ସଚେତନତା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଯାପନ କରିଛନ୍ତି କଟକ ଜିଲ୍ଲାପାଳ ଓ ଗ୍ରାମାଞ୍ଚଳ ଏସପି । ସାଇବର ଅପରାଧକୁ ପ୍ରତିରୋଧ କରିବା ପାଇଁ ସାଇବର ସଚେତନତା ରଥ ସାରା ଓଡ଼ିଶାରେ ସଚେତନ ବର୍ତ୍ତା ସୃଷ୍ଟି କରିଥିବା ବେଳେ କଟକ ଜିଲ୍ଲାରେ ମଧ୍ୟ ଅକ୍ଟୋବର ୨ ତାରିଖରୁ ୧୫ ତାରିଖ ଯାଏଁ ଏହି ସଚେତନା ରଥ ବୁଲିଥିଲା  । ଜିଲ୍ଲାର ୧୩ ଟି ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତମାନଙ୍କରେ ସାଇବର ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମୋବାଇଲର ସଠିକ୍ ବ୍ୟବହାର ଭାବେ କରାଗଲେ ସାଇବର ଠକେଇରୁ ନିଜକୁ ରକ୍ଷା କରି ପାରିବା ବୋଲି ବାର୍ତ୍ତା ଦେଇଥିଲେ  । ଜିଲ୍ଲାର ବିଭିନ୍ନ ସ୍କୁଲ ଏବଂ କଲେଜ ମାନଙ୍କରେ ମଧ୍ୟ ଏହି ସଚେତନତା କରାଯାଇଥିଲା । 

ଏହା ମଧ୍ୟ ପଠନ୍ତୁ....ସାଇବର ଅପରାଧ ରୋକିବାକୁ ପ୍ରୟାସ; କଟକର ୧୪ ବ୍ଲକରେ ବୁଲିଲା ସଚେତନତା ରଥ

ଆଜି ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳଙ୍କ ସମେତ ଗ୍ରାମାଞ୍ଚଳ ଏସ ପି , ବରିଷ୍ଠ ପୋଲିସ ଅଧିକାରୀ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ । ନିଜେ କିଭଳି କଟକ ଜିଲ୍ଲାପାଳ ସାଇବର ଠକେଇର ଶିକାର ହୋଇଥିଲେ ଓ ଏହା ପରେ କିଭଳି ଭାବରେ ପ୍ରତିକାର କରିଥିଲେ ସେ ନେଇ ସୂଚନା ଦେଇଥିଲେ । ସେହିଭଳି କଟକ ଜିଲ୍ଲାର ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ସାଇବର ସୁରକ୍ଷାରେ କିଭଳି ନିଜକୁ ସୁରକ୍ଷିତ ରଖିପାରିବା ସେ ନେଇ ସଚେତନ କରାଇଥିଲେ । ବିଶେଷ କରି ବର୍ତମାନର ଡିଜିଟାଲ ଯୁଗରେ ଲୋକେ ନିଜର ମୋବାଇଲକୁ ଲକର ଚାବି ଭଳି ଲୁଚାଇ ରଖିବାର ଆବଶ୍ୟକତା ରହିଛି । ଯଦି କିଛି ସାଇବର ଅପରାଧ ଘଟେ ତେବେ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେବା ପାଇଁ ଓ କ୍ରାଇମବ୍ରାଞ୍ଚ ଦ୍ଵାରା ଜାରି କରାଯାଇଥିବା ୧୯୦୨ ଟୋଲ୍ ଫ୍ରି ନମ୍ବରରେ ସାହାଯ୍ୟ ନେବାକୁ ପରାମର୍ଶ ଦେଇଛନ୍ତି ଗ୍ରାମାଞ୍ଚଳ ଏସପି ।

ଇଟିଭି ଭାରତ,କଟକ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.