ମା' ବୁଢୀ ଠାକୁରାଣୀ ଯାତ୍ରା ବିଶ୍ବର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ: ସଂସ୍କୃତି ଗବେଷକ

By

Published : May 1, 2023, 9:54 PM IST

thumbnail

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ମା' ବୁଢୀ ଠାକୁରାଣୀ ଯାତ୍ରା ବିଶ୍ବର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ମା'ଙ୍କ ଯାତ୍ରା ସମୟରେ ଏଠାରେ ପରମ୍ପରା ଓ ରୀତିନୀତି ଅନୁଯାୟୀ ଆୟୋଜିତ ହୋଇଥାଏ ସମସ୍ତ ପ୍ରକାର କାର୍ଯ୍ୟ । ଠାକୁରାଣୀ ଯାତ୍ରା ଏକ ମାନସିକ ଯାତ୍ରା ବୋଲି କୁହାଯାଉଥିବା ବେଳେ ମା'ଙ୍କ ଆଗମନ ସମୟରେ ପ୍ରତ୍ୟେକ ପରିବାରରେ କନ୍ୟାମାନଙ୍କୁ ନିମନ୍ତ୍ରଣ କରାଯିବା, ଝିଅମାନେ ଆସିବା ପରେ ଏଠାରେ ଘଟ ଧାରଣ କରିବା ଅନ୍ୟ ଏକ ମାନସିକ ପରମ୍ପରା ରହିଥିବା ବେଳେ ମୁଖ୍ୟତଃ ଯାତ୍ରା ସମୟରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ବେଶରେ ସଜ୍ଜିତ ହେବା, ପ୍ରାୟ ଏକ ମାସ ଧରି ତିନି ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଏଥିରେ ସାମିଲ ହେବା ବିଶ୍ବର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିନଥାଏ ବୋଲି କହିଛନ୍ତି ସଂସ୍କୃତି ଗବେଷକ ତଥା ବ୍ରହ୍ମପୁର ଆକାଶବାଣୀର ପୂର୍ବତନ ନିର୍ଦ୍ଦେଶକ ହୃଷିକେଶ ପାଣିଗ୍ରାହୀ । ଠାକୁରାଣୀ ଯାତ୍ରା ସମୟରେ ଗାଜିଆ ବେଶଠାରୁ ଆରମ୍ଭ ଡାହାଣି ବେଶ ଏବଂ କୃଷ୍ଣଠାରୁ ଆରମ୍ଭ କରି ବାବାଜୀ ବେଶ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ସଜ୍ଜିତ ହୋଇ ଦର୍ଶନ କରିବାର ରହିଥାଏ ନିଆରା ପରମ୍ପରା । ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.