କଳାହାଣ୍ଡିରେ କ୍ରିକେଟ କ୍ରେଜ, ଫାଇନାଲକୁ ନେଇ କ୍ରିକେଟପ୍ରେମୀ ଉତ୍ସାହିତ

By ETV Bharat Odisha Team

Published : Nov 19, 2023, 8:51 PM IST

thumbnail

ଭବାନୀପାଟଣା: କ୍ରିକେଟ ବିଶ୍ବକପ୍ 2023ର ଫାଇନାଲକୁ ନେଇ କ୍ରିକେଟପ୍ରେମୀ ଉତ୍ସାହିତ । ଦୀର୍ଘ 12 ବର୍ଷ ପରେ ଭାରତ ଖେଳୁଛି ଫାଇନାଲ । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ୪୭ ରନର ଆକ୍ରାମକ ପାଳି ପରେ ବିରାଟ କୋହଲି ଓ କେଏଲ୍‌ ରାହୁଲଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକୀୟ ପାଳି ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୨୪୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି ଭାରତ । ରେକର୍ଡ ୬ଷ୍ଠ ଥର ପାଇଁ ବିଶ୍ବ ଚମ୍ପିଆନ୍‌ ହେବାକୁ ଅଷ୍ଟ୍ରେଲିଆ ଆଗରେ ୨୪୧ ରନ୍‌ ଲକ୍ଷ୍ୟ ରହିଛି । ଏବେ ସମସ୍ତଙ୍କ ନଜର ଭାରତୀୟ ବୋଲିଂ ଆଟାକ୍‌ ଉପରେ । ଯାହାକୁ ସମସ୍ତ ଦର୍ଶକ ଭରସା କରି ରହିଛନ୍ତି । 

ଏହା ମଧ୍ୟ ଦେଖନ୍ତୁ... ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: କଙ୍ଗାରୁ ଫାଶରେ ଫସିଲେ ଭାରତୀୟ ବ୍ୟାଟର, ଅଷ୍ଟ୍ରେଲିଆକୁ ୨୪୧ ଟାର୍ଗେଟ୍‌

ସେପଟେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ କ୍ରିକେଟ ବିଶ୍ବକପ୍ 2023ର ଫାଇନାଲର କ୍ରେଜ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଏଲ୍ଇଡି ଲଗାଇ କ୍ରିକେଟ ପ୍ରେମୀ ଖେଳର ମଜା ନେଉଥିବା ଦେଖିବାକୁ ମିଳିଛି । ଭାରତ ଦଳର ବ୍ୟାଟିଂକୁ ନେଇ ଯଦିଓ ଦର୍ଶକଙ୍କ ମନରେ କିଛି ମାତ୍ରାରେ ନିରାଶ ଦେଖିବାକୁ ମିଳିଥିବା ବେଳେ ଦଳର ଦମଦାର ବୋଲିଂ ଉପରେ ସମସ୍ତ ଖେଳପ୍ରେମୀଙ୍କ ଭରସା ରହିଛି। ଭାରତୀୟ ଦଳର ବିଜୟ କାମନା ପାଇଁ ସବୁଠି ଚାଲିଛି ପୂଜା ପାଠ ଏବଂ ଅର୍ଚ୍ଚନା । 

ଇଟିଭି ଭାରତ, କଳାହାଣ୍ଡି
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.