ଯନ୍ତ୍ରଣା ବଢ଼ାଇଲା ଅଘୋଷିତ ବିଦ୍ୟୁତ କାଟ, କଟକ ଟାଟା ଅଫିସ ଘେରାଉ କଲା କଂଗ୍ରେସ

By

Published : Jun 27, 2023, 6:34 PM IST

thumbnail

କଟକ: ଅଘୋଷିତ ବିଦ୍ୟୁତ କାଟକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତଥାପି ବିଜୁଳି କାଟରେ ବ୍ରେକ ଲାଗିନି । ଏହାର ପ୍ରତିବାଦରେ ସାରା ରାଜ୍ୟରେ ବିରୋଧୀ ଦଳ ପ୍ରତିବାଦକୁ ଓହ୍ଲାଇଛନ୍ତି । ପ୍ରତିଦିନ କଟକ ସହରରେ ଅଘୋଷିତ ବିଦ୍ୟୁତ କାଟ ଓ ବିଦ୍ୟୁତ ଯୋଗାଣରେ ହେଉଥିବା ବିଭିନ୍ନ ସମସ୍ୟା ନେଇ କଟକ ନଗର କଂଗ୍ରେସ ଦଳ ତରଫରୁ ରାଣୀହାଟ ସ୍ଥିଟ ଇଲେକ୍ଟ୍ରି ଅଫିସ ଘେରାଉ କରାଯାଇଛି । ଟାଟା ପାୱାରର ମନମୁଖୀ କାର୍ଯ୍ୟ ଓ ଅଘୋଷିତ ପାୱାର କାଟକୁ ବିରୋଧ କରି କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି  ।ଆଗାମୀ ଦିନରେ ଯଦି ଏଭଳି ଅଘୋଷିତ ବିଦୂତ କାଟ କରାଯାଏ ତେବେ ଟାଟା କମ୍ପନୀକୁ କଟକ ସହରର ଗଳି କାନ୍ଧିରେ ଦଳ ଆରଫରୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର । ତେବେ ବଗତ ଅନେକ ବର୍ଷ ଧରି ବିଦ୍ୟୁତ ସମସ୍ୟା କଟକ ସହରରେ ଦୃଷ୍ଟି ଗୋଚର ହୋଇ ଆସୁଛି । ବାରମ୍ବାର ବିଦ୍ୟୁତ କାଟ କରିବା ଦ୍ୱାରା ସାଧାରଣ ଜନତା ନାହିଁ ନହଟିବା ଅସୁବିଧାର ସମୁଖୀନ ହେଉଛନ୍ତି । ତେଣୁ ଟାଟା ପାୱାର ଏ ଦିଗରେ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି ।  ଏହାର ସମାଧାନ ନେଇ ବିଭାଗ ଓ ରାଜ୍ୟ ସରକାର ଚିନ୍ତା କରନ୍ତୁ ନହେଲେ କଂଗ୍ରେସ ଏହାର ଉଚିତ ଜବାବ ଦେବ ବୋଲି ସ୍ପଷ୍ଟ କରିଛି କଟକ ନଗର କଂଗ୍ରେସ । 

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.