ରେଳ ବିଭାଗର ଅପାରଗତା ପାଇଁ ଘଟିଛି ଏହି ବଡ଼ ଅଘଟଣ: ମୋକିମ

By

Published : Jun 4, 2023, 3:44 PM IST

thumbnail

କଟକ: ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏବେ ବି ଅନେକ ଆହତ ବାଲେଶ୍ବର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତରଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ତେବେ କଟକ ଏସ୍‌ସିବିରେ ପହଞ୍ଚି ଆହତ ମାନଙ୍କୁ ଭେଟିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଏଠାରେ ସିଧାସଳଖ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରିଛନ୍ତି ମୋକିମ ।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ମୋକିମ କହିଛନ୍ତି, "ଏହି ଘଟଣା ପାଇଁ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରେଳ ବିଭାଗର ଅପାରଗତା ପାଇଁ ଘଟିଛି ଏହି ବଡ଼ ଅଘଟଣ । ଯେଉଁଠି ସାଧାରଣ ଲୋକ ଦୁଃଖ କଷ୍ଟର ସମ୍ମୁଖୀନ ହୋଇଛନ୍ତି, ସେଥିପାଇଁ ଦାୟୀ କେବଳ ମନ୍ତ୍ରୀ । ପୂର୍ବରୁ ମଧ୍ୟ ନଜିର ରହିଛି ଏଭଳି ଘଟଣାରେ ମନ୍ତ୍ରୀ ଇସ୍ତଫା ଦେବା ।" ତେଣୁ ନୈତିକତା ଦୃଷ୍ଟିରୁ ଅଶ୍ବିନୀ- ବୈଷ୍ଣବ ଇସ୍ତଫା ଦେଇଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ ।

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.