ପୂଜା ସମୟରେ ଚାନ୍ଦା ଆଦାୟକୁ ନା, ଟୋଲ ଫ୍ରି ନମ୍ବର ଜାରି କଲା କମିଶନରେଟ ପୋଲିସ

By ETV Bharat Odisha Team

Published : Oct 11, 2023, 10:54 PM IST

thumbnail

କଟକ: ଆସୁଛନ୍ତି ମା’ । ମା’ଙ୍କ ଆଗମନକୁ ନେଇ ଚଳଚଞ୍ଚଳ କଟକ । ବିଭିନ୍ନ ପେଣ୍ଡାଲ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ତେବେ ପାର୍ବଣ ସମୟରେ ବିଭିନ୍ନ ଅପରାଧିକ ଗତିବିଧିକୁ ରୋକିବା ପାଇଁ ଆକ୍ସନ ମୋଡରେ ଆସିଛି କମିଶନରେଟ ପୋଲିସ । ପୂଜାକୁ ନେଇ କଟକ କମିଶନରେଟ ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଅପରାଧିକ କାର୍ଯ୍ୟକଳାପର ନିବାରଣ ପାଇଁ ଏହି ପଦକ୍ଷେପ ନେଇଛି ପୋଲିସ । ବଳପୂର୍ବକ ଚାନ୍ଦା କିମ୍ବା ଦାଦାବଟି ମଗା ଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି । ଜୋର ଜବରଦସ୍ତ ଚାନ୍ଦା କିମ୍ବା ଦାଦାବଟି ମଗା ଗଲେ ଟୋଲ ଫ୍ରିି ନମ୍ବରେ ଅଭିଯୋଗ କରିବାକୁ ନିବେଦନ କରିଛନ୍ତି ଡିସିପି । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଦୁଇଟି ଟୋଲ ଫ୍ରି-ନମ୍ବର ଜାରି କରିଛି ପୋଲିସ । ଟୋଲ ଫ୍ରି-ନମ୍ବର ହେଲା 6370701550 ଓ 8763068464। ତେବେ ଖବର ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.