Chandrayaan-3 landing: ଭୋପାଲ ସାଇନ୍ସ ସେଣ୍ଟରରେ ସ୍ପେଶାଲ ସ୍କ୍ରିନିଂରେ ସିଧା ପ୍ରସାରଣ ଦେଖିବେ ଛାତ୍ରଛାତ୍ରୀ

By ETV Bharat Odisha Team

Published : Aug 22, 2023, 6:44 PM IST

thumbnail

ଭୋପାଲ: ଆସନ୍ତକାଲି ସଂଧ୍ୟାରେ ଅବତରଣ କରିବାକୁ ଯାଉଛି ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରୟାନ-3’ । ଏଥିପାଇଁ ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଗଲାଣି ପୂର୍ବ ପ୍ରସ୍ତୁତି । ବିଭିନ୍ନ ସ୍ଥାନରେ ସଫଳ ଲ୍ୟାଣ୍ଡିଂ ପାଇଁ ପୂଜାର୍ଚ୍ଚନା ଚାଲିଛି । ଅନ୍ୟପଟେ ବିଜ୍ଞାନ କେନ୍ଦ୍ର, ସ୍କୁଲ ଓ କଲେଜଗୁଡିକରେ ଏହି ଐତିହାସିକ ଲ୍ୟାଣ୍ଡିଂର ସମୂହ ସିଧାପ୍ରାସାରଣ ଦେଖିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଭୋପାଲର ସାଇନ୍ସ ସେଣ୍ଟରରେ ଏନେଇ ବିଶେଷ ବ୍ୟବସ୍ଥା କରିଛନ୍ତି କର୍ତ୍ତୃପକ୍ଷ । ଏକ ବଡ ଏଲଇଡି ସ୍କ୍ରିନ ମାଧ୍ୟମରେ ଛାତ୍ରଛାତ୍ରୀ ସିଧା ପ୍ରସାରଣ ଦେଖିବେ । ଏହା ସହ ମିଶନ ସହ ଜଡିତ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ । 

ଏହା ମଧ୍ୟ ପଢନ୍ତୁ:- ଆସନ୍ତାକାଲି ସନ୍ଧ୍ୟାରେ ଖୋଲିବ ସ୍କୁଲ; ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ଲାଇଭ ଦେଖିବେ ପିଲା

ଏହା ପୂର୍ବରୁ ଉତ୍ତର ପ୍ରଦେଶ ସରକାର ମଧ୍ୟ ବଡ ଘୋଷଣା କରିସାରିଛନ୍ତି । ରାଜ୍ୟର ସବୁ ସରକାରୀ ସ୍କୁଲରେ ଆସନ୍ତାକାଲି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ସିଧା ପ୍ରସାରଣ ହେବ । ସନ୍ଧ୍ୟାରେ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଖୋଲା ରଖିବାକୁ ନିର୍ଦ୍ଦେଶ ହୋଇଛି । ସନ୍ଧ୍ୟା ୫ଟା ୧୫ରୁ ୬ଟା ୧୫ ଯାଏଁ ସବୁ ସ୍କୁଲ ଖୋଲା ରହିବ । ପିଲାମାନେ ସ୍କୁଲରେ ବସି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ଲାଇଭ ଦେଖିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.