ତେଲେଙ୍ଗାନା ଜନାଦେଶ: ହାର ମାନିଲେ ବିଆର୍‌ଏସ୍‌ ନେତା KTR, କଂଗ୍ରେସକୁ ଜଣାଇଲେ ଶୁଭେଚ୍ଛା

By ETV Bharat Odisha Team

Published : Dec 3, 2023, 7:40 PM IST

thumbnail

ହାଇଦ୍ରାବାଦ: ଆସିଛି ୪ ରାଜ୍ୟର ଜନାଦେଶ । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି ସରକାର ଗଢ଼ିବାକୁ ଯାଉଥିବାବେଳେ ଏକମାତ୍ର ତେଲେଙ୍ଗାନାରେ କଂଗ୍ରେସ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବାକୁ ଯାଉଛି । ଦୀର୍ଘ ୧୦ ବର୍ଷ ଧରି ଏଠାରେ ଶାସନ କରୁଥିବା ବିଆର୍‌ଏସ୍‌ (ଭାରତ ରାଷ୍ଟ୍ରୀୟ ସମିତି) ଭୋଗିଛି ଅପ୍ରତ୍ୟାଶିତ ପରାଜୟ । ତେବେ ଏନେଇ ପ୍ରେସ୍‌ମିଟ୍‌ ମାଧ୍ୟମରେ ଜନତା ଜନାର୍ଦ୍ଦନଙ୍କ ରାୟକୁ ସ୍ବୀକାର କରିଛନ୍ତି ବିଆର୍‌ଏସ୍‌ କାର୍ଯ୍ୟକାରୀ ସଭାପତି କେଟି ରାମାରାଓ ।

ସେ କହିଛନ୍ତି, "ଦୁର୍ଭାଗ୍ୟବଶତଃ ଫଳାଫଳ ଆମେ ଆଶା କରିଥିବା ଭଳି ହୋଇନାହିଁ । ଆମେ କଡ଼ା ସଙ୍ଘର୍ଷ କରିଛୁ । ଆମ ଉପରେ ବିଶ୍ବାସ ପ୍ରକଟ କରି ୨ ଥର ସୁଯୋଗ ଦେଇଥିବାରୁ ମୁଁ ତେଲେଙ୍ଗାନାବାସୀଙ୍କ ନିକଟରେ କୃତଜ୍ଞ । ଆମେ କେସିଆର୍‌ଙ୍କ ନେତୃତ୍ବରେ ତେଲେଙ୍ଗାନା ଲୋକଙ୍କ ସେବା ଜାରି ରଖିବୁ । ତେଲେଙ୍ଗାନାରେ ଜନାଦେଶ ଜିତିଥିବା କଂଗ୍ରେସକୁ ଆମେ ଅଭିନନ୍ଦନ ଜଣାଉଛୁ । ଆମେ ଏକ ଦୃଢ଼ ବିରୋଧୀ ଦଳର ଭୂମିକା ନିର୍ବାହ କରିବୁ ।"

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.