ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ବିରୋଧରେ ଏସପି ଅଫିସ ଘେରାଉ କଲା ବିଜେପି

By ETV Bharat Odisha Team

Published : Jan 11, 2024, 10:17 PM IST

thumbnail

SP Office Gherao: କଟକ: ଆଜି କଟକ ଏସପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି କଟକ ସଦର ବିଜେପି  । ଆନ୍ଦୋଳନରତ ବିଜେପି କର୍ମୀ ମାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ସଦର ବିଜେପି ନେତା ପ୍ରକାଶ ସେଠୀଙ୍କ ନେତୃତ୍ବରେ ଶତାଧିକ କର୍ମୀ ସାମିଲ ହୋଇଥିଲେ । ଗତ ଡିସେମ୍ବର ୧୦ ତାରିଖରେ ମାଣପୁର ପଞ୍ଚାୟତରେ ବିକଶିତ ଭାରତର ରଥ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସମୟରେ ବିଜେଡିର ଜଣେ ମହିଳା ନବୀନଙ୍କ ଫ୍ୟାନ ଗୀତରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ତେବେ ବିଜେପି ଏହାକୁ ପ୍ରତିବାଦ କରି ୧୨ ତାରିଖରେ ପ୍ରତିବାଦ ସଭା କରିଥିଲେ । ଏଥିରେ କ୍ରୋଧିତ ହୋଇ ବିଜେଡ଼ିର କର୍ମୀମାନେ ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା, ଲାଇସେନ୍ସ ରଦ୍ଦ ଦାବି କଲା ବିଜେପି

ପୋଲିସର ଅନୁମତି ନେଇ ଏହି ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା ବେଳେ ବିଜେଡି କର୍ମୀ ମାନେ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଥିଲେ । ଥାନାରେ ଏନେଇ ବିଜେପି କର୍ମୀମାନେ ଏତଲା ଦେଇଥିଲେ । ଆକ୍ରମଣ କରିଥିବା ବିଜେଡି କର୍ମୀ ମାନଙ୍କ ବିରୋଧରେ ଏତଲା ଦିଆଯାଇଥିବା ବେଳେ ପୋଲିସ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇ ନଥିବା ବିଜେପି ଅଭିଯୋଗ କରିଛି । ଦୀର୍ଘ ଏକ ମାସ ହେଲାଣି ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ଫଳରେ ଆଜି ଶତାଧିକ କର୍ମୀ ମାନେ ଆନ୍ଦୋଳନ କରିଛନ୍ତି । ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ଭେଟି ଦାବି କରିବା ସହ ପୋଲିସ ଵିରୋଧରେ ନାରାବାଜି ଦେଇଛନ୍ତି ଆନ୍ଦୋଳକାରୀ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.