ଧାମନଗରରେ ବିଜେପିର ବାଜିମାତ, ପାର୍ଟି ଅଫିସରେ ଜୋରଦାର ସେଲିବ୍ରେସନ

By

Published : Nov 6, 2022, 8:06 PM IST

Updated : Feb 3, 2023, 8:31 PM IST

thumbnail

ଭୁବନେଶ୍ବର: ଧାମନଗର ଉପ ନିର୍ବାଚନରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ରାଜ୍ୟ ବିଜେପି କାର୍ଯ୍ୟାଳୟର ଜୋରସୋରେ ଚାଲିଛି ସେଲିବ୍ରେସନ । ଧାମନଗର ନିର୍ବାଚନ ମଣ୍ଡଳୀ ଓଡ଼ିଶା ଇତିହାସରେ ଏକ ନୂତନ ଅଧ୍ୟାୟ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ଜେପି ନଡ୍ଡା , ଧର୍ମେନ୍ଦ୍ର ପ୍ରଧାନ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ଘରକୁ ଯାଇଥିଲେ, ଆଉ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ଟିକେଟ ଦେଇ ବିଜୟ ବାନା ସେହିଦିନ ଠାରୁ ଉଡାଇଥିଲେ । ସୂର୍ଯ୍ୟବଂଶୀ କହିଥିଲେ ଯେ କେବଳ ମୋ ମାଆ ଆଉ ଭଉଣୀ କେବଳ ମୋର ପରିବାର ନୁହେଁ ବରଂ ପୁରା ଧାମନଗରବାସୀ ମୋର ପରିବାର । ଏହି ଉକ୍ତି ହିଁ ବିଜେପିର ବିଜୟକୁ ଆହୁରି ସୁଦୃଢ କରିଥିଲା ବୋଲି କହିଛନ୍ତି ସମୀର ମହାନ୍ତି । ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.