ଜଗନ୍ନାଥଙ୍କ ନାଁରେ ବିଜେଡି କେବଳ ରାଜନୀତି କରୁଛି: ବିଜେପି

By ETV Bharat Odisha Team

Published : Jan 19, 2024, 2:58 PM IST

thumbnail

Arpan Rath Politics ନବରଙ୍ଗପୁର: ଜିଲ୍ଲାର ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେର ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ରାଜ୍ୟ ସରକାରଙ୍କ ରାଜନୀତି କରୁଥିବା ଓ ଲୋକମାନଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା । ଅର୍ପଣ ରଥ ନାଁରେ ଗାଁ ଗାଁ ବୁଲି ଯେଉଁ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଥିବା ତାହା କୁଆଡେ ଗଲା ବୋଲି ବିଜେଡିକୁ ପ୍ରଶ୍ନ କରିଛନ୍ତି ବିଜେପି ନେତା । ବିଜେଡି ସରକାର ଚାଉଳ ଗୁଆ ଓ ଦାନ ଅର୍ଥ ଆଦାୟ କରି ଜଗନ୍ନାଥ ସଂସ୍କୃତିକୁ ବିଭ୍ରାନ୍ତ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । 

ଏହାମଧ୍ୟ ପଢନ୍ତୁ..ସରିଲା ପରିକ୍ରମା ଲୋକାର୍ପଣ, ପୁରୀରେ ପହଞ୍ଚିଲାନି ଗୁଆ-ଚାଉଳ!

ନବରଙ୍ଗପୁର ଜିଲ୍ଲାର ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେରେ ବିଜେପି ସଭାପତି ଜଗଦୀଶ ବିଷୋୟୀଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀଙ୍କ ସମେତ ଜିଲ୍ଲା ବିଜେପିର କର୍ମକର୍ତ୍ତା ମାନେ ଧାରଣା ଦେବା ସହ ନାରାବାଜି କରିଥିଲେ । ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ପୂର୍ବରୁ ସମଗ୍ର ରାଜ୍ୟରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଥିଲା । ଏହି ରଥ ପରିକ୍ରମା ସମୟରେ ଘରୁ ଘରୁ ଚାଉଳ, ଗୁଆ ଓ ଦାନ ଅର୍ଥ ସଂଗ୍ରହ କରାଯାଇଥିଲା । ଏହି ସଂଗୃହିତ ଦ୍ରବ୍ୟ ଗୁଡିକୁ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଓ ବ୍ଳକ କାର୍ଯ୍ୟାଳୟରେ ରଖାଯାଇଛି । ଓଡିଶାର ଜଗନ୍ନାଥ ପ୍ରେମୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଏସବୁ ପ୍ରଦାନ କରିଥିବା ସତ୍ତ୍ବେ ତାହାକୁ କାହିଁକି ପୁରୀକୁ ପଠା ଯାଇନାହିଁ ବୋଲି ନବରଙ୍ଗପୁର ଜିଲ୍ଲା ବିଜେପି ପ୍ରଶ୍ନ କରିଛି । ଏପରି ଗୁଆ ଚାଉଳ ଓ ଅର୍ଥ ସଂଗ୍ରହ କରିବା ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ ନ ଥିବା ସତ୍ତ୍ୱେ ବିଜେଡି ଜଗନ୍ନାଥଙ୍କ ନାମରେ କେବଳ ରାଜନୀତି କରିଛି ବୋଲି ବିଜେପି ଅଭିଯୋଗ କରିଛି ।
 

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.