କଂଗ୍ରେସ ଓ ବିଜେଡି ଚହୁଁଛନ୍ତି ପଦ୍ମପୁରରେ ପଦ୍ମ ଫୁଟୁ: ମୋହନ ମାଝୀ

By

Published : Nov 29, 2022, 6:39 PM IST

Updated : Feb 3, 2023, 8:34 PM IST

thumbnail

କଟକ: ପଦ୍ମପୁର ଉପନିର୍ବାଚନରେ ବିଜେପି ଜିତିବା ପାଇଁ କଂଗ୍ରେସ ଓ ବିଜେଡି ଚାହୁଁଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । କିଛିଦିନ ତଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ପଦ୍ମପୁର ଉପନିର୍ବାଚନରେ ପଦ୍ମ ଫୁଟିବା ନେଇ କହିଥିଲେ । ଏହାପରେ ଆଜି ବିଧାନସଭାରେ ମଧ୍ୟ ପରଦା ପଛରେ ରହି ପଦ୍ମ ଜିତିବ ବୋଲି ଉଭୟ ଦଳ ଆଶା ବାନ୍ଧିଥିବା କହିଛନ୍ତି ମୋହନ ମାଝୀ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିଚାଳନା ଓ ବିଜେପି ପ୍ରାର୍ଥୀ ଜଣେ କୃଷକ ନେତା ହୋଇଥିବାରୁ ପଦ୍ମପୁରରେ ବିଜେପି ବିପୁଳ ଭୋଟରେ ବାଜିମାତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଇଟିଭି ଭାରତ, କଟକ

Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.