୨୭ ଦିନରେ ପହଞ୍ଚିଲା ବୁଢୀ ଠାକୁରାଣୀ ଯାତ୍ରା, କାଲି ଅସ୍ଥାୟୀ ମଣ୍ଡପ ଛାଡି ମୁଖ୍ୟ ପୀଠକୁ ଫେରିବେ ମାଁ

By

Published : Apr 30, 2023, 7:56 PM IST

thumbnail

ବ୍ରହ୍ମପୁର: ୨୭ ଦିନରେ ପହଞ୍ଚିଲାଣି ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା । ଆସନ୍ତାକାଲି ମଧ୍ୟରାତ୍ରରେ ବାପ ଘରୁ ବାହାରି ମୁଖ୍ୟ ପୀଠକୁ ଫେରିବେ ମାଁ ଜଗତନନୀ । ବାପ ଘରୁ ଝିଅଟିଏ ଯେପରି ଶାଶୁ ଘରକୁ ଯିବା ସମୟରେ ପରିବାର ଉପରେ ଦଃଖର ବାଦଲ ଫାଟି ପଡ଼େ ସେହିପରି ମାଁ' ଫେରିଯିବାକୁ ନେଇ ସହରବାସୀଙ୍କ ମନରେ ଦଃଖ ଦେଖିବାକୁ ମିଳିଛି । ସେପଟେ ଆଉ ଗୋଟିଏ ଦିନ ପରେ ଯାତ୍ରା ଶେଷ ହେବାକୁ ଯାଉଥିବାରୁ ଏହାକୁ ନେଇ ଅସ୍ଥାୟୀ ମନ୍ଦିରରେ ଭୋର ମଙ୍ଗଳ ଆଳତୀ ପରଠାରୁ ହଜାରହଜାର ସଂଖ୍ୟାରେ ଭକ୍ତମାନଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି ।  ଯାତ୍ରାରେ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଚଳିତଥର ମାଁଙ୍କ ଯାତ୍ରା ୨୮ ଦିନ ଧରି ଆୟୋଜିତ ହେବାକୁ ସ୍ଥିର ହୋଇଥିଲା । ଏପରିକି ପ୍ରତ୍ୟେକ ପରିବାରରୁ ମାନସିକଧାରୀ ବିଭିନ୍ନ ବେଶରେ ସଜ୍ଜିତ ହୋଇ ଅନେକ ମାଁଙ୍କୁ ଦର୍ଶନ କରିବା ସହିତ ମାଁଙ୍କ କରୁଣା ଲାଭ କରିଥିଲେ ।  

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.