୨୩ ଦିନରେ ପହଞ୍ଚିଲା ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଯାତ୍ରା, ଅସ୍ଥାୟୀ ମନ୍ଦିରରେ ଭକ୍ତଙ୍କ ଭିଡ଼

By

Published : Apr 26, 2023, 9:11 PM IST

thumbnail

ବ୍ରହ୍ମପୁର:୨୩ ଦିନରେ ପହଞ୍ଚିଲାଣି ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା । ଚଳିତବର୍ଷ ମାଁଙ୍କ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅସ୍ଥାୟୀ ମନ୍ଦିରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଆସି ମାଁଙ୍କ ଦର୍ଶନ କରିଛନ୍ତି । ଚଳିତଥର ମା'ଙ୍କ ଯାତ୍ରା ଆସନ୍ତା ମେ' ମାସର ୧ ତାରିଖ ମଧ୍ୟରାତ୍ରରେ ଉଦଯାପିତ ହେବାକୁ ଥିବା ବେଳେ ଯାତ୍ରା ୨୮ ଦିନ ଧରି ଆୟୋଜିତ ହୋଇଛି । ଆଜି ସନ୍ଧ୍ୟାରେ ମାଁ'ଙ୍କ ଘଟ ପରିକ୍ରମା ସମୟରେ ବିଭିନ୍ନ ସାହି ଭ୍ରମଣ କରିବେ ।  ଏହାସହ ପ୍ରତ୍ୟେକ ପରିବାରରୁ ମାନସିକଧାରୀ ବିଭିନ୍ନ ବେଶରେ ସଜ୍ଜିତ ହୋଇ ମାଁଙ୍କୁ ଦର୍ଶନ କରିବା ସହିତ ମାଁଙ୍କ କରୁଣା ଲାଭ କରୁଛନ୍ତି । ଭଳକି ଭଳି ବେଶରେ ଆସି ନିଜ ମାନସିକ ଯାଚନା କରୁଛନ୍ତି ଭକ୍ତ । ଏହାସହ ଧର୍ମଦଣ୍ଡରେ କୁଙ୍କୁମ, ହଳଦୀ ଲଗାଇ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କ ଭିଡକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 

ଇଟିଭି ଭାରତ ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.