ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରା, ମାଁଙ୍କ ମୁଖ୍ୟ ଘଟ ସହ ଆଠ ଗୋଟି ପାର୍ଶ୍ୱ ଘଟକୁ ଚିତ୍ରଣ କରନ୍ତି ମହାପାତ୍ର ପରିବାର

By

Published : Apr 6, 2023, 8:44 PM IST

thumbnail

ବ୍ରହ୍ମପୁର: ଆରମ୍ଭ ହୋଇଯାଇଛି ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରା ।  ବ୍ରହ୍ମପୁର ସହରର ବର୍ଷ ବର୍ଷର ପରମ୍ପରା ଓ ସଂସ୍କୃତିକୁ ନେଇ ମୁଖ୍ୟତଃ ଆୟୋଜିତ ହୋଇ ଆସୁଛି ଏହି ଯାତ୍ରା । ମାସେ କାଳ ଚାଲିବ ଏହି ପବିତ୍ର ଯାତ୍ରା । ବୁଢୀ ଠାକୁରାଣୀଙ୍କ ଯାତ୍ରାର ସବୁଠାରୁ ମୁଖ୍ୟ ପରମ୍ପରା ହେଉଛି ମାଁଙ୍କ ମୁଖ୍ୟ ଘଟ ସହ ସମସ୍ତ ଆଠ ଗୋଟି ପାର୍ଶ୍ୱ ଘଟକୁ ଚିତ୍ରଣ କରିବା କାର୍ଯ୍ଯ । ଯେଉଁ କାର୍ଯ୍ଯକୁ ପୁରୁଷ ପୁରିଷ ଧରି କରିଆସୁଛନ୍ତି ବ୍ରହ୍ମପୁର ସହରର ଆଈନାବନ୍ଧ ସାହିର ମହାପାତ୍ର ପରିବାର । ଏହି ପରିବାରର ସଦସ୍ୟମାନେ କ୍ରମାଗତ ଭାବରେ ଯାତ୍ରା ସମୟରେ ମାଁଙ୍କ ଘଟ ପରିକ୍ରମା ପୂର୍ବରୁ ଘଟକୁ ଚିତ୍ରଣ କରିଥାନ୍ତି । ବର୍ଷବର୍ଷ ଧରି ଏହି କାର୍ଯ୍ୟକୁ ଦମୟନ୍ତି ମହାପାତ୍ର ଏବଂତାଙ୍କ ପରିବାର ବର୍ଗ କରିବା ସହିତ ନିଜକୁ ଏଭଳି ଘଟ ଚିତ୍ରଣ କାର୍ଯ୍ୟ କରୁଥିବା ନେଇ ଖୁସି ଅନୁଭବ କରୁଥିବା କହିଛନ୍ତି । 

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.