Train Crash: ରେଳ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କୁ ବ୍ରହ୍ମପୁର ମହାନଗର ନିଗମର ଶ୍ରଦ୍ଧାଞ୍ଜଳି

By

Published : Jun 8, 2023, 9:19 AM IST

thumbnail

ବ୍ରହ୍ମପୁର: ବାଲେଶ୍ଵର ବାହାନଗା ଠାରେ ଘଟିଯାଇଥିବା ରେଳ ଦୁର୍ଘଟଣା ସାରା ଦେଶ ପାଇଁ ଅତ୍ୟନ୍ତ ଦୁଃଖଦ ଘଟଣା । ଏଥିରେ ପ୍ରାଣ ହରାଇଥିବା ଶତାଧିକ ଯାତ୍ରୀଙ୍କୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବୁଧବାର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ନୀରବ ପ୍ରାର୍ଥନା ସହିତ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ନିଗମର ଡେପୁଟି ମେୟର ଇ.ବିବେକ ରେଡ୍ଡି, କମିଶନର ଜେ.ସୋନାଲଙ୍କ ସମେତ ସମସ୍ତ କର୍ପୋରେଟର ଏବଂ ବ୍ରହ୍ମପୁର ମହାନଗର ନିଗମର କର୍ମଚାରୀମାନେ ଏକତ୍ରିତ ହୋଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶୋକସନ୍ତପ୍ତ ପରିବାରରକୁ ଧୈର୍ଯ୍ୟ ଓ ସାହସର ସହିତ ଏହି ଦୁଃଖଦ ସ୍ଥିତିର ସାମ୍ନା କରିବାକୁ ଶକ୍ତି ଦିଅନ୍ତୁ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଛନ୍ତି ଓ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି  । 

ରେଳ ଦୁର୍ଘଟଣା ସମୟରେ ବାଲେଶ୍ୱର ସହରବାସିନ୍ଦା ରକ୍ତଦାନ ଠାରୁ ଆରମ୍ଭ କରି ଉଦ୍ଧାର କାର୍ଯ୍ୟରେ ଯେଭଳି ସହାୟକ ହୋଇଥିଲେ ତାହା ସାରା ଦେଶରେ ପ୍ରଶଂସିତ ହୋଇଛି । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆହତଙ୍କ ଉଦ୍ଧାର, ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ପରତା, ସମସ୍ତ ବିଭାଗୀୟ ପ୍ରଶାସନିକ ଅଧିକାରୀ, ପଦାଧିକାରୀ, କର୍ମଚାରୀ, ରାଜ୍ୟ ଚିକିତ୍ସା ଅଧିକାରୀ ସର୍ବୋପରି ଏହି ମହତ୍ ସେବା କାର୍ଯ୍ୟରେ ସ୍ଵତ୍ତଃପ୍ରବୃତ ଭାବେ ଜଡ଼ିତ ହୋଇଥିବା ସ୍ଥାନୀୟ ସମାଜସେବୀ, ରକ୍ତଦାତାମାନଙ୍କୁ ମଧ୍ୟ ଉପସ୍ଥିତ ନେତୃବୃନ୍ଦ ଧନ୍ୟବାଦ ଜଣାଇଛନ୍ତି  । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.