ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସ ଜିତିଛି, ଏହା ଏକ ଟ୍ରେଣ୍ଡ: ବିଶ୍ବଶର୍ମା

By

Published : May 13, 2023, 10:33 PM IST

thumbnail

ଗୌହାଟୀ: କର୍ଣ୍ଣାଟକରେ ଦଳ ପାଇଁ ତୋଫାନୀ ପ୍ରଚାର କରି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବାକୁ ଦମ୍ଭ ଦେଉଥିବା ବିଜେପି ନେତାମାନେ ଏବେ ପରାଜୟ ପାଇଁ ଭିନ୍ନ ଭିନ୍ନ କାରଣ ଦର୍ଶାଇ ସଫେଇ ଦେବାରେ ଲାଗିଛନ୍ତି । ଦଳର ଷ୍ଟାର ପ୍ରଚାରକ ତାଲିକାରେ କର୍ଣ୍ଣାଟକରେ ପ୍ରଚାର କରିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଫଳାଫଳ ପରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ପ୍ରତ୍ୟେକ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସ ଜିତି ଆସିଛି । ହେଲେ ପ୍ରଧାନମନ୍ତ୍ରୀ ମୋଦି ଲୋକସଭା ନିର୍ବାଚନ ଜିତିଛନ୍ତି । ଏହା ଏକ ଟ୍ରେଣ୍ଡ ଛଡା କିଛି ନୁହେଁ ।

2013 ରେ ରାଜ୍ୟରେ କଂଗ୍ରେସ ବିଧାନସଭା ନିର୍ବାଚନ ଜିତିଥିଲା । ହେଲେ 2014 ରେ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ସରକାର ଗଠନ କରିଥିଲେ । 2018 ରେ ମଧ୍ୟ କଂଗ୍ରେସ ବିଧାନସଭା ନିର୍ବାଚନ ଜିତିଥିଲା । ହେଲେ 2019 ରେ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି ଜିତିଥିଲେ । ଏବେ 2023 ରେ ମଧ୍ୟ ସେହିପରି ଫଳାଫଳ ଆସିଛି । ଏହା ଏକ ଟ୍ରେଣ୍ଡ ବ୍ୟତୀତ ଆଉ କିଛି ନୁହେଁ ବୋଲି ବିଶ୍ବଶର୍ମା କହିଥିଲେ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.