Road Accident: ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ

By

Published : Aug 17, 2023, 10:50 PM IST

thumbnail

ମାଲକାନଗିରି: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୦ ଚକିଆ ଟ୍ରକକୁ ପଛପଟରୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଏପରି ମର୍ମନ୍ତୁଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମାରେ ଥିବା ଦୀପ୍ତି କନଭେଣ୍ଟ ସ୍କୁଲ ନିକଟରେ । ପାଣ୍ଡ୍ରିପାଣି ସ୍ବାସ୍ଥ୍ୟକେନ୍ଦ୍ରରୁ ଗୁରୁତର ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଧରି ଏକ ୧୦୮ ଆମ୍ବୁଲାନ୍ସ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିଲା । ମାଲକାନଗିରି ସଦର ମହକୁମା ଦୀପ୍ତି କନଭେଣ୍ଟ ସ୍କୁଲ୍‌ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ୧୦ ଚକିଆ ଟ୍ରକ୍‌କୁ ପଛପଟରୁ ଧକ୍କା ଦେଇଥିଲା । ଆମ୍ବୁଲାନ୍ସ ଦ୍ରୁତଗତି କାରଣରୁ ଠିଆ ହୋଇଥିବା ଟ୍ରକଟି କିଛି ବାଟ ଗଡ଼ିଯାଇ ଏକ ବାଇକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ଆଗ ପାଖ କ୍ଷତିଗ୍ରସ୍ତ ସହିତ ବାଇକଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ଘଟଣାସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଆହତ ଡ୍ରାଇଭର ଓ ରୋଗୀଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିଛନ୍ତି । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଜୀବନହାନୀ ଘଟିନାହିଁ ।

 
ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.