କରୁଣାମୟୀ ମାଆ ତାରିଣୀ, ଦର୍ଶନ କରନ୍ତୁ ଘଟଗାଁ ରାଣୀଙ୍କ ଦିବ୍ୟ ଆଳତୀ

By ETV Bharat Odisha Team

Published : Dec 15, 2023, 6:50 AM IST

thumbnail

କେନ୍ଦୁଝର: ଜଗତ କଲ୍ୟାଣମୟୀ କରୁଣାମୟୀ ମାଆ ତାରିଣୀ  । ସକଳ ପ୍ରାଣୀର ଦୁଃଖ ହାରିଣୀ  । କେନ୍ଦୁଝର ଜିଲ୍ଲା ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ  । ଲୀଳାମୟୀ ମାଆଙ୍କ ଲୀଳା ବଡ ବିଚିତ୍ର  । ତାଙ୍କର କୃପା ଲାଭ ପାଇଁ କାହିଁ କେତେ ଦୂରରୁ ଘଟଗାଁ ପୀଠକୁ ଧାଇଁ ଆସିଥାନ୍ତି ଭକ୍ତ  । ନଡିଆଟିଏ ଯାଚି ଦେଇ ପରିବାରର ମଙ୍ଗଳ ମନାସି ଥାଆନ୍ତି  । ପ୍ରତିଦିନ ପ୍ରଭାତରୁ ମାଆଙ୍କ ଦିବ୍ୟ ଆଳତୀ କରାଯାଏ  । ସବୁଦିନ ଭଳି ଆଜି ମଧ୍ୟ ପ୍ରଭାତରୁ ସେବାୟତମାନେ ମାଆଙ୍କ ଆଳତୀ କରିଛନ୍ତି  । ମାଆଙ୍କ ଆଳତୀ ଦର୍ଶନ କଲେ ସବୁ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି  । ସକାଳୁ ସକାଳୁ ଘଟଗାଁ ପୀଠରେ ଦର୍ଶନ କରନ୍ତୁ ମାଆ ତାରିଣୀ ଦିବ୍ୟ ଆଳତୀ  । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠୁଛି ମନ୍ଦିର ପରିସର  । ପ୍ରତ୍ୟୁଷରୁ ମାଆଙ୍କ ଆଳତୀ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ  । ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ  ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.