ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ; ଶୁଭମୟ ହେବ ଦିନ

By ETV Bharat Odisha Team

Published : Dec 6, 2023, 7:10 AM IST

thumbnail

କେନ୍ଦୁଝର: ଘଟଗାଁ ବାସିନୀ ମାଆ ତାରିଣୀ  । ଦୁଃଖ ହାରିଣୀ, ଭକ୍ତର ମାଆ  । ନଡ଼ିଆ ପ୍ରିୟ ବୋଲି ନଡ଼ିଆ ରାଣୀ ଭାବେ ସର୍ବବିଦିତ  । ଘଟଗାଁ ପୀଠରେ ମାଆ ତାରିଣୀଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତଟିଏ ଧାଇଁ ଆସିଥାଏ । ମାଆଙ୍କ କରୁଣା ଅପାର  । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୋଇ ପୂଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି  । ପ୍ରତିଦିନ ସକାଳେ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ କରାଯାଏ । ଏହି ଆଳତୀ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ । ସବୁଦିନ ପରି ଆଜି ମଧ୍ୟ ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି, ହରିବୋଲ ସହ ମାଆଙ୍କ ମନ୍ତ୍ରୋପଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ମାଆଙ୍କ ଏହି ଦିବ୍ୟ ଆଳତୀକୁ ଚର୍ମ ଚକ୍ଷୁରେ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ  । ସକାଳୁ ସକାଳୁ ଏହି ଆଳତୀ ଦର୍ଶନ କରି କୃପା ଲାଭ କରନ୍ତୁ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.