ଡିଜିଟାଲ ଡାଏଲଗ: 'ପ୍ରଶିକ୍ଷିତ ଡ୍ରାଇଭର ଅଭାବରୁ ଘଟୁଛି ଦୁର୍ଘଟଣା, ତୃଣମୂଳସ୍ତରରେ ହେଉନି ସଠିକ ମନିଟରିଂ'

By ETV Bharat Odisha Team

Published : Jan 6, 2024, 6:00 PM IST

thumbnail

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବାକୁ ହେଲେ ପ୍ରଶିକ୍ଷିତ ଡ୍ରାଇଭରଙ୍କ ବ୍ୟବସ୍ଥା ରହିବା ଦରକାର । ଏଥିସହ ତୃଣମୂଳସ୍ତରରେ ସଠିକ ମନିଟରିଂ ହେବା ଦରକାର । ଇଟିଭି ଭାରତ ସ୍ବତନ୍ତ୍ର କାର୍ଯ୍ୟକ୍ରମ 'ଡିଜିଟାଲ ଡାଏଲଗ'ରେ ଏପରି କହିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦ । ସେ କହିଛନ୍ତି ଯେ ରାଜ୍ୟରେ ବଢୁଥିବା ଦୁର୍ଘଟଣା ପାଇଁ ଅନଭିଜ୍ଞ ଡ୍ରାଇଭର ଦାୟୀ । ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ଚେକ୍‌ କରାଯିବା ଦରକାର । କେବଳ ସେତିକି ନୁହେଁ ରାଜ୍ୟରେ ଦୁର୍ଘଟଣାର ସ୍ଥିତି କଣ ରହୁଛି ତାହା ଜାଣିବା ପାଇଁ ଦିଲ୍ଲୀରୁ ଆସୁଥିବା ସଂସ୍ଥା ଠିକ ଭାବେ ମନିଟରିଂ କରୁନାହାନ୍ତି । ତାରକା ହୋଟେଲରେ ବସି ସେମାନେ ରିପୋର୍ଟ ଫାଇଲ କରୁଛନ୍ତି । ଯେଉଁ ରିପୋର୍ଟକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ପୋର୍ଟାଲରେ ଅପଲୋଡ କରୁଛନ୍ତି । କିନ୍ତୁ ବାସ୍ତବ ସ୍ଥିତି ସେୟା ନୁହେଁ । ତୃଣମୂଳସ୍ତରରେ ସଠିକ ମନିଟରିଂ ହେଲେ, ରାଜ୍ୟର କୌଣସି ସଂସ୍ଥା ଦ୍ବାରା ମନିଟରିଂ କରାଗଲେ ସଠିକ ରିପୋର୍ଟ ଆସିପାରନ୍ତା । ବଡ଼ କଥା ହେଲା ଦୁର୍ଘଟଣା ଘଟିବା ସମୟରେ ଗୋଲଡେନ ଆଓ୍ବାର ଭିତରେ ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଦରକାର । ହେଲେ ଏହା ସମ୍ଭବ ହୋଇପାରୁନାହିଁ । କାରଣ ଆମ୍ହୁଲାନ୍ସ ପହଞ୍ଚିପାରୁନାହିଁ । ଯେଉଁ ଟୋଲ ଗେଟରେ ଆପଣ ପଇସା ପଇଠ କରୁଛନ୍ତି । ସେ ଆପଣଙ୍କୁ ଗୋଟେ ରିସିପ୍ଟ ଦେଉଛନ୍ତି । ସେହି ରିସିପ୍ଟରେ ଲେଖାଅଛି ଆମ୍ବୁଲାନ୍ସ ନମ୍ବର । କିନ୍ତୁ ଏହା କାମ କରୁନାହିଁ । ଏହି ପ୍ରସଙ୍ଗକୁ ନେଇ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି ସୁବ୍ରତ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ସାକ୍ଷାତକାର- ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡ଼ିଶା

ଏହା ବି ପଢନ୍ତୁ- ଡିଜିଟାଲ ଡାଏଲଗ: '96 ବିଧାନସଭା, 11 ଲୋକସଭା ଆସନ ଦଖଲ କରିବ କଂଗ୍ରେସ'

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.