କୂଅରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

By

Published : May 12, 2023, 7:50 PM IST

thumbnail

ରାଇରଙ୍ଗପୁର: କୂଅ ଭିତରୁ ଉଦ୍ଧାର ହେଲା ନିଖୋଜ ମହିଳାଙ୍କ ମୃତଦେହ । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କୁମ୍ଭାର ମୁଣ୍ଡାକଟା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, କୁମ୍ଭାରମୁଣ୍ଡାକଟା ଗ୍ରାମର ନମିତା ବେହେରା ଗତ ସୋମବାର ରାତି ୮ଟାରୁ ନିଖୋଜ ହୋଇଯାଇଥିଲେ । ତେବେ ପରିବାର ଲୋକେ ନମିତାଙ୍କୁ ବିଭିନ୍ନ ସ୍ଥାନ ତଥା ବନ୍ଧୁବର୍ଗ ଓ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରିଥିଲେ। ହେଲେ ନମିତାଙ୍କର କୌଣସି ପତ୍ତା ମିଳି ନଥିଲା । ନମିତା ନମିଳିବାରୁ ପରିବାର ଲୋକେ ଏସମ୍ପର୍କରେ ବାଙ୍ଗିରିପୋଷି ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏତଲା ପାଇବା ପରେ ବାଙ୍ଗିରିପୋଷି ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଥିଲେ । ହେଲେ ନମିତାଙ୍କ କୌଣସି ଖୋଜ ଖବର ନଥିଲା । ତେବେ ବହୁତ ଖୋଜାଖୋଜି ପରେ ଆଜି ସକାଳୁ ତାଙ୍କ ପଡୋଶୀଙ୍କ କୂଅ ଭିତରେ ନମିତାଙ୍କ ମୃତଦେହ ଭାସୁ ଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ । ଏନେଇ ପୋଲିସକୁ ଓ ଅଗ୍ନିଶମ ବାହୀନିକୁ ଖବର ଦିଆ ଯାଇଥିଲା । ତେବେ ଅଗ୍ନିଶମ ବାହୀନି ମୃତଦେହକୁ ଉଦ୍ଧାର କରିଥିଲା । ପୋଲିସ ନମିତାଙ୍କ ମୃତ ଦେହକୁ ଜବତ କରିବା ସହ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପିଆରଏମ ମେଡିକାଲ ପଠାଇଛି । ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି । 

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.