ପୂଣ୍ୟତିଥିରେ ଦେଶର ସର୍ବକନିଷ୍ଠ ଶହୀଦ ବୀର ବାଜି ରାଉତଙ୍କୁ ଝୁରିଲା ଜନ୍ମମାଟି

By ETV Bharat Odisha Team

Published : Oct 11, 2023, 8:19 PM IST

thumbnail

ଢେଙ୍କାନାଳ: ‘The boat boy’ ଭାବରେ ପରିଚିତ ଦେଶର ସର୍ବକନିଷ୍ଠ ଶହୀଦ ବୀର ବାଜିରାଉତ । ଆଜି ତାଙ୍କ ୮୬ ତମ ଶ୍ରାଦ୍ଧଦିବସ ପାଳୁଛନ୍ତି ଢେଙ୍କାନାଳ ଜିଲ୍ଲାବାସୀ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନିଳକଣ୍ଠପୁର ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଏହି ପୂଣ୍ୟତିଥି ଅବସରରେ ବ୍ରାହ୍ମଣୀ ନଦୀରେ ଶହୀଦଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଇଥିଲା । ନୀଳକଣ୍ଠପୁରବାସୀ ଓ ପ୍ରଶାସନିକ ଅଧିକାରୀ ଏକ ଶୋଭାଯାତ୍ରାରେ ବ୍ରାହ୍ମଣୀ ନଦୀ ଠାରୁ ସ୍ମୃତିପୀଠରେ ପହଞ୍ଚିଥିଲେ । ମୁଖ୍ୟ ଅତିଥି ଭାବରେ ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇଥିଲେ । 

ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି, ‘‘ସର୍ବକନିଷ୍ଠ ଶହୀଦ ବୀର ବାଜିରାଉତ ହେଇଛନ୍ତି ଆମର ପରିଚୟ । ବାର ବର୍ଷ ବୟସର ଜଣେ କୁନି ବାଳକ ମନରେ ଦେଶ ତଥା ଜାତି ପାଇଁ ଥିବା ଭକ୍ତିର କଥା ଭାବିଲା ବେଳକୁ ଦେହରେ ଶିହରଣ ଖେଳିଯାଏ । ଏପରି ବୀରକୁ ଜନ୍ମ ଦେଇ ଢେଙ୍କାନାଳ ମାଟି ଆଜି ଗର୍ବିତ । ତାଙ୍କର ପଥକୁ ଅନୁସରଣ କରି ଅଞ୍ଚଳର ବିକାଶର ନୌକାକୁ ଆଗେଇ ନେଲେ ଏହାହିଁ ଶହୀଦଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କହିଛନ୍ତି ।’’ 

ଅନ୍ୟପଟେ ଆଜ ପର୍ଯ୍ୟନ୍ତ ଶହୀଦ ବୀର ବାଜିରାଉତଙ୍କ ଦାୟଦମାନଙ୍କୁ ସରକାର ଓ ଜିଲ୍ଲା ପ୍ରଶାସନ ଅଣଦେଖା କରିଆସୁଛନ୍ତି ବୋଲି କହିଛନ୍ତି ତାଙ୍କ ପୁତୁରା କୁଳମଣୀ ରାଉତ l 

ଇଟିଭି ଭାରତ ,ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.