ଅସ୍ଥାୟୀ ମଣ୍ଡପରେ ମାଆଙ୍କୁ ଦର୍ଶନ କଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍

By

Published : Apr 30, 2023, 10:04 PM IST

thumbnail

ବ୍ରହ୍ମପୁର: ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା ଆସନ୍ତାକାଲି ଶେଷ ହେବାକୁ ଯାଉଛି । ଏହି ଅବସରରେ ମାଆଙ୍କୁ ଅସ୍ଥାୟୀ ମନ୍ଦିରରେ ପହଞ୍ଚି ଦର୍ଶନ କରିଛନ୍ତି ରାଜ୍ୟ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ରାଜ୍ୟ ୫ଟି ସଚିବ ମାଆଙ୍କୁ ଦର୍ଶନ କରିବା ପରେ ମାଆଙ୍କ ବାପଘର କୁହାଯାଉଥିବା ଦେଶୀ ବେହେରାଙ୍କ ଘରେ ପହଞ୍ଚି ଦର୍ଶନ କରିଛନ୍ତି । ଏଥି ସହିତ ଚଳିତବର୍ଷ ଯାତ୍ରା କିପରି ଆୟୋଜିତ ହୋଇଛି ତାହାକୁ ବୁଲି ଦେଖିଛନ୍ତି । ବ୍ରହ୍ମପୁରର ବୁଢୀ ଠାକୁରାଣୀ ଯାତ୍ରା ସମୟରେ ମାଆଙ୍କୁ ଦର୍ଶନ କରି ଯେଉଁ ଭକ୍ତ ଯାହା ମାନସିକ କରିଥାଏ ତାହା ବିଶ୍ୱାସ ରହିଛି । 

ଏନେଇ କାହିଁ କେଉଁ ଦୂରରୁ ଭକ୍ତ ମାନେ ଏହି ଅବସରରେ ଆସି ମାଆ ଙ୍କୁ ଦର୍ଶନ କରିବା ସହିତ ମାଁ ଙ୍କ କରୁଣା ଲାଭ କରିଥାନ୍ତି । ଏଥିସହ ୫ଟି ସଚିବ ମାଆ ଙ୍କ ମୁଖ୍ୟ ମନ୍ଦିରକୁ ଗ୍ରସ୍ତ କରି ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ସଂପର୍କରେ ଆଲୋଚନା ମଧ୍ୟ କରିଥିଲେ ।  ୫ଟି ସଚିବଙ୍କ ଏହି ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଡେପୁଟି ମେୟର ଇ.ବିବେକ ରେଡି, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ୍ଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।

୨୭ ଦିନରେ ପହଞ୍ଚିଲାଣି ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା । ଆସନ୍ତାକାଲି ମଧ୍ୟରାତ୍ରରେ ବାପ ଘରୁ ବାହାରି ମୁଖ୍ୟ ପୀଠକୁ ଫେରିବେ ମାଆ ଜଗତଜନନୀ । ବାପ ଘରୁ ଝିଅ ଟିଏ ଯେପରି ଶାଶୁ ଘରକୁ ଯିବା ବେଳେ ଦୁଃଖ ଲାଗିଥାଏ ବର୍ତ୍ତମାନଠାରୁ ମାଆଙ୍କ ବାପଘର କୁହାଯାଉଥିବା ଦେଶୀ ବେହେରା ସାହି ବାସିନ୍ଦାଙ୍କଠାରୁ ଆରମ୍ଭ କରି ସହରବାସୀ ମାଆ ଫେରିଯିବେ ବୋଲି ଯେତିକି ଖୁସି ସେତିକି ଦୁଃଖ ଅନୁଭବ କରିବେ । ସେପଟେ ଆଉ ଗୋଟିଏ ଦିନ ପରେ ଯାତ୍ରା ଶେଷ ହେବାକୁ ଯାଉଥିବାରୁ ଏହାକୁ ନେଇ ଅସ୍ଥାୟୀ ମନ୍ଦିରରେ ଭୋର ମଙ୍ଗଳ ଆଳତୀ ପରଠୁ ହଜାରହଜାର ସଂଖ୍ୟାରେ ଭକ୍ତମାନଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । ଚଳିତବର୍ଷ ମାଆଙ୍କ ଯାତ୍ରା ଶେଷ ହେଉଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ପହଞ୍ଚି ଦର୍ଶନ କରୁଥିବା ଦେଖିବାକୁ ମିଳିଛି ।  

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.