ବିଦ୍ୟାର୍ଥୀଙ୍କ ସହିତ ଭିସି ମାଧ୍ୟମରେ ଆଲୋଚନା କଲେ 5T ସଚିବ

By

Published : May 15, 2023, 11:04 PM IST

thumbnail

ବ୍ରହ୍ମପୁର: ହିଞ୍ଜିଳି ଓ ଶେରଗଡର ବିଦ୍ୟାର୍ଥୀଙ୍କ ସହିତ ଭିସି ମାଧ୍ୟମରେ ଆଲୋଚନା କଲେ 5ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିୟାନ୍ । ଗତ ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5ଟି ସଚିବ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଏବଂ ଶେରଗଡ ବ୍ଲକ ଗ୍ରସ୍ତ କରିଥିଲେ ।  ସେଠାକାର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକର ସ୍ଥିତି ସମୀକ୍ଷା କରିବା ସହିତ ବିଦ୍ୟାର୍ଥୀ , ଅଭିଭାବକ , ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ଶିକ୍ଷାନୁଷ୍ଠାନରେ ରହିଥିବା ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅନୁଦାନ ଯୋଗାଇ ଦିଆଯିବ ବୋଲି କହିଥିଲେ। ତେବେ ଆର୍ଥିକ ସହାୟାତା ମିଳିବା ପରେ ବିଦ୍ୟାର୍ଥୀ ମାନେ ପୁଣି ଥରେ ଭିଡିଓ କନଫେରେନ୍ସ ଜରିଆରେ ଆଲୋଚନା କରି ବେଶ ଖୁସି ରହିଥିବା କହିଛନ୍ତି । ସରକାରଙ୍କ ପକ୍ଷରୁ ତୁରନ୍ତ ଶିକ୍ଷାନୁଷ୍ଠାନର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସହାଯ୍ୟ ଯୋଗାଇ ଦିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ ଭିଡିଓ କନଫରେନ୍ସ କାର୍ଯ୍ୟକ୍ରମରେ 5ଟି ସଚିବ ଏହି ଦୁଇ ବ୍ଲକର ସମସ୍ତ ମହାବିଦ୍ୟାଳୟର ଉନ୍ନତି ସାଙ୍ଗକୁ ବିଭିନ୍ନ ବିଷୟରେ ଶିକ୍ଷାଦାନ ନିମନ୍ତେ ପ୍ରତିଶୃତି ଦେଇଛନ୍ତି ।


ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.