ମା’ ତାରାତାରିଣୀଙ୍କୁ ଦର୍ଶନ କଲେ ବିଜେଡି ନେତା ଭିକେ ପାଣ୍ଡିଆନ

By ETV Bharat Odisha Team

Published : Nov 27, 2023, 5:21 PM IST

thumbnail

ବ୍ରହ୍ମପୁର: ଗଞ୍ଜାମ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କୁ ଦର୍ଶନ କଲେ ବିଜେଡି ନେତା ଭିକେ ପାଣ୍ଡିଆନ । ଆଜି ବିଦ୍ଧିବଧ ଭାବେ ଶଙ୍ଖ ଫୁଙ୍କିବା ପରେ ଶଙ୍ଖଭବନରୁ ସିଧା ଗଞ୍ଜାମ ଗସ୍ତ କରି ମା’ ତାରାତାରିଣୀଙ୍କୁ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ଆଶୀର୍ବାଦ ନେଇଛନ୍ତି ଭିକେ ପାଣ୍ଡିଆନ । ଦର୍ଶନ ବେଳେ ସାଂସଦ ମାନସ ମଙ୍ଗରାଜଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ସାମିଲ ଥିଲେ । ଏହାସହ ମନ୍ଦିର ବାହାରେ ବହୁ ସଂଖ୍ୟାରେ ଦଳୀୟ ନେତା କର୍ମୀ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ପୂର୍ବରୁ ଆଜି ଶ୍ରୀକ୍ଷେତ୍ର ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଥିଲେ ପାଣ୍ଡିଆନ । ପରେ ନବୀନ ନିବାସ ଆସି ବିଦ୍ଧିବଧ ଭାବେ ବିଜେଡିରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସମ୍ପାଦକ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜେଡି ଉପସଭାପତି ଦେବୀ ପ୍ରସାଦ, ବିଧାୟିକା ସ୍ନେହାଙ୍ଗୀନ ଛୁରିଆଙ୍କ ସମେତ ବହୁ ନେତା ସାମିଲ ଥିଲେ । ଏହା ପରେ ଶଙ୍ଖଭବନ ଯାଇ ଦଳୀଯ ନେତା କର୍ମୀଙ୍କୁ ସାକ୍ଷାତ କରିଥିଲେ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.