ୟୁକ୍ରେନରୁ ଫେରିଲେ ଓଡିଆ ଛାତ୍ର, କହିଲେ ଫେରିବାର ସଂଘର୍ଷ କାହାଣୀ

By

Published : Mar 4, 2022, 9:25 PM IST

Updated : Feb 3, 2023, 8:18 PM IST

thumbnail

ବଲାଙ୍ଗୀର: ସୁରକ୍ଷିତ ଭାବରେ ୟୁକ୍ରେନରୁ ବଲାଙ୍ଗୀର ଫେରିଛନ୍ତି ଓଡ଼ିଆ ଡାକ୍ତରୀ ଛାତ୍ର ଆଲୋକ ବଘାର । ୨୦୨୧ ଫେବ୍ରୁଆରୀ ମସିହାରେ MBBS ପଢ଼ିବାକୁ ୟୁକ୍ରେନ ଯାଇଥିଲେ ଆଲୋକ । ଋଷିଆର ଯୁଦ୍ଧ ଘୋଷଣା ପରେ ୟୁକ୍ରେନରେ ଫସି ରହିଥିବା ବେଳେ କିଭଳି ଭାରତ ଫେରିବାକୁ ସଂଘର୍ଷ କରିଥିଲେ ତାହା ବଖାଣିଛନ୍ତି ଆଲୋକ । ଏବେ ବି ସେଠାରେ ଅନେକ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଥିବା କଥା କହିଛନ୍ତି ଆଲୋକ । ଋଷିଆ ୟୁକ୍ରେନ ଉପରେ ଘନଘନ ଆକ୍ରମଣ ଜାରି ରଖିଛି। ହଜାର ହଜାର ଭାରତୀୟ ଛାତ୍ର ଫସି ରହିଛନ୍ତି। ସେପଟେ ଭାରତ ସରକାରଙ୍କ ଗଙ୍ଗା ଅପରେସନରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ସେ ୩୫ କିମି ଚାଲି ଚାଲି ଯାଇ ରୋମାନିଆରେ ପହଞ୍ଚିଥିଲେ । ସେଠାରୁ ସେ ସୁରକ୍ଷିତ ଭାବରେ ବଲାଙ୍ଗୀରରେ ପହଞ୍ଚିଛନ୍ତି । ସେଠାରେ ୟୁନିଭର୍ସିଟିରେ ଥିବା ବେଳେ କିଭଳି ଯୁଦ୍ଧ ଆରମ୍ଭର ସୂଚନା ପାଇଥିଲେ । କିଭଳି ତାଙ୍କୁ ତାଙ୍କ ବିଶ୍ବ ବିଦ୍ୟାଳୟ ପକ୍ଷରୁ ସହାୟତା ମିଳିଲା ଓ ସେ କିଭଳି ବଙ୍କରରେ ଲୁଚି ରହି ଦିନ କାଟିଥିଲେ ତାହା କହିଛନ୍ତି । ଶୁଣନ୍ତୁ କଣ କହୁଛନ୍ତି ଆଲୋକ । ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.