ଭୋର ୫ଟାରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ଉଠିଲା ମହାଦୀପ

By

Published : Mar 2, 2022, 11:35 AM IST

Updated : Feb 3, 2023, 8:18 PM IST

thumbnail

ଭଦ୍ରକ: ସୋମବାର ପବିତ୍ର ମହାଶିବରାତ୍ରୀ ଅବସରରେ ବାବା ଆଖଣ୍ଡଳମଣିଙ୍କ ପୀଠ ବେଶ ଚଳଚଞ୍ଚଳ ହୋଇପଡିଥିଲା । ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିବା ପରେ ମଧ୍ୟାହ୍ନ ନୀତି, ଯୋଗୀବେଶ, ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁଯାୟୀ ମଣିବାବାଙ୍କ ପାଖରୁ ଆଜ୍ଞାମାଳ ଓ ନୂଆନେତ ଆସିବା ପରେ ସେବାୟତଙ୍କ ଦ୍ଵାରା ମନ୍ଦିର ଚୂଡ଼ାରେ ଏବଂ ନୂଆ ଚାନ୍ଦୁଆ ଗର୍ଭଗୃହରେ ଲାଗି କରାଯାଇଥିଲା । ମହାଶିବରାତ୍ରି ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମାପନ ହେବା ସହ ରାତି ୨ଟାରେ ସୁନାବେଶ ସମ୍ପନ୍ନ ହୋଇଥିଲା। ଶେଷରେ ଭୋର ୫ଟା ଟାରେ ମନ୍ଦିର ଚୂଡ଼ାକୁ ଉଠିଥିଲା ମହାଦୀପ । ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.