ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କ କମାଲ, ନିର୍ମାଣ କଲେ ପ୍ରତିରକ୍ଷା ରୋବଟ ପ୍ରୋଟୋଟାଇପ୍

By

Published : Apr 9, 2022, 10:00 AM IST

Updated : Feb 3, 2023, 8:22 PM IST

thumbnail

ଭୋପାଳ: ମଧ୍ୟପ୍ରଦେଶର ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କ କମାଲ । କାନପୁରର ଓମାରେଶ୍ୱର ସରସ୍ୱତୀ ବିଦ୍ୟା ନିକେତନ ଇଣ୍ଟର କଲେଜର ଦ୍ୱାଦଶ ଶ୍ରେଣୀର ଛାତ୍ର ମୟଙ୍କ ସକ୍ସସେନା ଏକ ପ୍ରତିରକ୍ଷା ରୋବଟ ପ୍ରୋଟୋଟାଇପ୍ ତିଆରି କରିଛନ୍ତି । ଏହା ଦେଶର ସୀମାରେ ଥିବା ଶତ୍ରୁମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ଲାଗି ଏହି ରୋବଟ ପ୍ରୋଟୋଟାଇପ୍ କରିଛନ୍ତି । ତେବେ କେନ୍ଦ୍ର ରାଷ୍ଟ୍ର ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ମନ୍ତ୍ରୀ ସାଧଭି ନିରଂଜନ ଏହି ରୋବଟ ଓ ମୟଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ମୟଙ୍କ ଦାବି କରିଛନ୍ତି ଯେ, ଯଦି ଦେଶର ସାମରିକ ଅନୁଷ୍ଠାନଗୁଡ଼ିକ ସେମାନଙ୍କ ପ୍ରୋଟୋଟାଇପ ଠାକୁ ଆଧୁନିକ ଟେକ୍ନୋଲୋଜି ସହିତ ଏକ ରୋବଟ ପ୍ରସ୍ତୁତ କରିବେ । ତେବେ ଏହି ରୋବଟ ସୀମାରେ ଥିବା ଶତ୍ରୁମାନଙ୍କୁ ଉପଯୁକ୍ତ ଜବାବ ଦେଇ ପାରିବ ବୋଲି ସେ କହିଛନ୍ତି । ଏଥିସହ ସେ ଏଥିରେ ରୋବଟିକ୍‌ ଟେକେନୋଲିଜି ପ୍ରୟୋଗ କରି ଏହାକୁ ପ୍ରସ୍ତୁତ କରିଛନ୍ତି । ଏହା ସହିତ ଏହି ରୋବଟ ଗୋଟିଏ ସ୍ଥାନରେ ୩୬୦ ଡିଗ୍ରୀରେ ବୁଲି ପାରିବ ବୋଲି ମୟଙ୍କ ସକ୍ସେନା କହିଛନ୍ତି । ଏହା ସହିତ ଏଥିରେ ବନ୍ଧୁକ ମଧ୍ୟ ଲଗା ଯାଇପାରିବ ବୋଲି ସେ କହିଛନ୍ତି । ଯଦି ଏହା ଭାରତୀୟ ସେନାର ସାମିଲ ହେଲେ ସେନାକୁ ଆହୁରି ମଜବୁତ କରିବ ବୋଲି ସେ କହିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.