ULB Polls: ଭୋଟ ଦେଲେ ଯାଜପୁର ବିଧାୟକ ଓ ଅଭିନେତା ଆକାଶ

By

Published : Mar 24, 2022, 4:17 PM IST

Updated : Feb 3, 2023, 8:20 PM IST

thumbnail

ଯାଜପୁର: ଭୋଟ ଦେଲେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଯାଜପୁର ପୌରାଞ୍ଚଳର ବାହାବଳପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ବିଧାୟକ ପ୍ରଣବ ପ୍ରକାଶ ଦାସ ସାଧାରଣ ଭୋଟରଙ୍କ ଭଳି ଧାଡିରେ ଛିଡା ହୋଇ ଭୋଟ ଦେଇଥିଲେ । ପୂର୍ବରୁ ଅପେକ୍ଷାରତ ମହିଳା ଓ ବୟସ୍କ ଭୋଟରଙ୍କୁ ଆଗେ ଭୋଟ ଦେବା ପାଇଁ ସୁଯୋଗ ଦେଇଥିଲେ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିବାରୁ ସେ ନିଜକୁ ଗର୍ବ ଅନୁଭବ କରିଥିଲେ । ସମସ୍ତଙ୍କର ମତଦାନର ଅଧିକାର ଥିବା ବେଳେ ରାଜ୍ୟର ସବୁ ପୌରାଞ୍ଚଳରେ ଭୋଟରମାନେ ଶୃଙ୍ଖଳିତ ଭାବେ ମତଦାନ କେନ୍ଦ୍ରକୁ ଆସି ନିଜ ମତ ସାବ୍ୟସ୍ତ କରିବାକୁ ଆହ୍ୱାନ ଦେଇଛନ୍ତି । ସେପଟେ 'ମୋ କଲେଜର' ଅଧ୍ୟକ୍ଷ ତଥା ଓଲିଉଡ଼ ଅଭିନେତା ଆକାଶ ଦାସ ନାୟକ ମଧ୍ୟ ଧାଡ଼ିରେ ଛିଡ଼ା ହୋଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଯାଜପୁର ପୌରପାଳିକାରେ ୧୮ଟି ଓ୍ବାର୍ଡରେ ୩୬ଟି ବୁଥ ରହଛି । ଯେଉଁଥିରେ ୨୯ ହଜାର ୫୧୫ ଜଣ ନିଜର ମତ ସାବ୍ୟସ୍ତ କରିବେ । ସେଥିପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରାଯାଇଛି । ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.