ବାଘ ଛାଲ ଚାଲାଣବେଳେ ଯୁବକକୁ ଗିରଫ କଲା ଛତିଶଗଡ଼ ପୋଲିସ

By

Published : Jul 13, 2020, 1:25 PM IST

thumbnail

ନୂଆପଡା: ଦିନକୁ ଦିନ ଜିଲ୍ଲାରେ ବନ୍ୟଜନ୍ତୁ ଶିକାରୀ ବୃଦ୍ଧି ପାଉଥିବାବେଳେ ନୂଆପଡା ଜିଲ୍ଲା ସିନାପାଲି ବନ ବିଭାଗ ନିଷ୍କ୍ରିୟତା ସାମ୍ନାକୁ ଆସିଛି । ବାଘ ଛାଲ ଚାଲାଣ କରୁଥିବାବେଳେ ଜଣେ ଯୁବକକୁ ସିନାପାଲି ବନଖଣ୍ଡ ପୋଲିସ ଗିରଫ କରିବାରେ ବିଫଳ ହେବା ପରେ ସଫଳ ହୋଇଛି ଛତିଶଗଡ଼ ପୋଲିସ । ସୂଚନା ଅନୁସାରେ, ଆଜି(ସୋମବାର) ସିନାପାଲି ବନବିଭାଗ ନଙ୍ଗଲବୋର୍ଡ ଅଞ୍ଚଳରୁ ଜଣେ ଯୁବକ କଲରା ପତାରିଆ ବାଘ ଛାଲ ଚାଲାଣ କରି ଛତିଶଗଡ଼ ଇନ୍ଦାଗାଁ ଅଞ୍ଚଳରେ ବିକ୍ରି ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ଖବର ପାଇ ଛତିଶଗଡ ଇନ୍ଦାଗାଁ ପୋଲିସ ଏବଂ ବନବିଭାଗ ମିଳିତ ଏକ ସ୍କ୍ବାର୍ଡ ଚଢାଉ କରି ଯୁବକକୁ କାବୁ କରିବା ସହ ବାଘ ଛାଲ ଜବତ କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.