ଜୟ ଶ୍ରୀରାମ ନାମରେ ପ୍ରକମ୍ପିତ ରାଉରକେଲା, ଧୁମଧାମରେ ହେଲା ରାମ ନବମୀ ଶୋଭାଯାତ୍ରା

By

Published : Apr 1, 2023, 7:30 AM IST

thumbnail

ରାଉରକେଲା: ରାମ ନବମୀ ଉପଲକ୍ଷେ ବିଶାଳ ଶୋଭଯାତ୍ରା ହେଲା ସମ୍ପନ୍ନ । ଶେଷ ଦିନରେ ଆଜି ଧୁମଧାମରେ ପାଳନ କରାଯାଇଛି ଶୋଭାଯାତ୍ରା । ଶୋଭାଯାତ୍ରା ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ ଲାଗି ରହିଥିଲା । ତେବେ ରାଉରକେଲାରେ ପବିତ୍ର ଶ୍ରୀରାମ ନବମୀରେ ହେବାକୁ ଥିବା ଶୋଭାଯାତ୍ରା ପ୍ରତ୍ୟେକ ବର୍ଷ ରାମ ନବମୀ ପର ଦିନ ପାଳନ କରାଯାଇଥାଏ । ଏନେଇ ଗତକାଲି ରାଉରକେଲା ସହରର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ରାମ ନବମୀ ପାଇଁ ରାଉରକେଲା ସହର ଚଳଚଞ୍ଚଳ ହୋଇଉଠିଥିଲା ।

ଗତକାଲି ରାଉରକେଲା ସହରରେରେ ବାହାରିଥିଲା ବିରାଟ ଶୋଭାଯାତ୍ରା । ରାଉରକେଲା ବିଶ୍ରା ଛକରୁ ବାହାରିଥିବା ଏହି ବିଶାଳ ଶୋଭାଯାତ୍ରା ଉଦିତନଗର ଯାଏଁ ଆସିଥିଲା । ଏହି ବିଶାଳ ଶୋଭାଯାତ୍ରା ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ସମସ୍ତ ସଙ୍ଘ ପକ୍ଷରୁ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା । ବିଭିନ୍ନ ପ୍ରକାର ମେଢ଼ ନିର୍ମାଣ କରିଥିଲେ ସମସ୍ତ ଆଖଡା ସଙ୍ଘ । ତେବେ ଆଜି ପ୍ରାୟ ୧୨ଟି ଆଖଡା ସଙ୍ଘ ପକ୍ଷରୁ ଆଖଡା ପ୍ରଦର୍ଶନ କରାଯାଇଥିଲା । ଢୋଲ, ନାଗଡା ବାଜାରେ ପ୍ରକମ୍ପିତ ହୋଇଥିଲା ରାଉରକେଲା ସହର । ବିଭିନ୍ନ ସଂଗଠନ ପକ୍ଷରୁ ପାନୀୟ ଜଳ, ସର୍ବତ, ପ୍ରସାଦ ଖାଦ୍ୟ, ତରଭୁଜ ଆଦିର ବ୍ୟବସ୍ଥା କରାଯାଇଥିଲା । ତେବେ ଶୋଭାଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଶୋଭାଯାତ୍ରା ସମୟରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.