Bhopal-New Delhi Vande Bharat: ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଟ୍ରେନ୍‌ରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ

By

Published : Apr 1, 2023, 8:28 PM IST

thumbnail

ଭୋପାଲ: ଭୋପାଳ-ଦିଲ୍ଲୀ ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ’କୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଟ୍ରେନକୁ ଶୁଭାରମ୍ଭ କରିବା ପରେ ନିଜେ ମଧ୍ୟ ଟ୍ରେନ୍‌ରେ ଯାତ୍ରା କରିଛନ୍ତି । ଟ୍ରେନରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଯାତ୍ରା କରିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ । ବନ୍ଦେ ଭାରତ ଟ୍ରେନକୁ ନେଇ ପିଲାଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା । 

ସେହିପରି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବନ୍ଦେ ଭାରତ ଏକ୍ସପ୍ରେସକୁ ଭାରତର ଦକ୍ଷତା ଓ ଉତ୍ସାହ ବୋଲି ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ରେଳବାଇ ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଲର ରାଣୀ କମଲାପତି ଷ୍ଟେସନରୁ ରାଜଧାନୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବା ଏହି ଟ୍ରେନ ହେଉଛି ଦେଶର 11ତମ ‘ବନ୍ଦେ ଭାରତ ଏକ୍ସପ୍ରେସ’ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.