ଅଘୋଷିତ ବିଦ୍ୟୁତ କାଟ ନେଇ TPWODL ବିରୋଧରେ ଗର୍ଜିଲା ବିଜେପି

By

Published : Jun 16, 2023, 9:14 PM IST

thumbnail

ସମ୍ବଲପୁର: ରାଜ୍ୟରେ ବିଦ୍ୟୁତ ବିଭ୍ରାଟକୁ ନେଇ ତେଜୁଛି ବିଜେପି। ଟାଟା ପାୱାର ମନମୁଖୀ କାର୍ଯ୍ୟକଳା କରୁଥିବା ଅଭିଯୋଗ ଆଣି ସମ୍ବଲପୁର ବିଜେପି ଅଇଁଠାପାଲି ସ୍ଥିତ କାର୍ଯ୍ୟାଳୟକୁ ଘେରାଉ କରିଛି ।  ସମ୍ବଲପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀଙ୍କ ନେତୃତ୍ୱରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା TPWODL କାର୍ଯ୍ୟାଳୟ ଘେରାଉ କରି ଏହାର ପ୍ରତିବାଦ କରିଥିଲେ। ସାରା ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଜନ ସାଧାରଣ ଅତିଷ୍ଠ ହୋଇପଡୁଥିବା ଅଭିଯୋଗ କରିଛି ବିଜେପି। ପଶ୍ଚିମ ଓଡ଼ିଶାର ବିଦ୍ୟୁତ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର (TPWODL ) ଜନମାରଣା ନୀତି ଆପଣାଇଛି । ବିଦ୍ୟୁତ ବିଭାଗର ମନମୁଖୀ କାମ ପାଇଁ ଜିଲ୍ଲାର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକମାନେ ବହୁ ଦିନ ଧରି ବିଜୁଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।  ଲୋଭୋଲଟେଜ, ଅଘୋଷିତ ବିଦ୍ୟୁତ କାଟ ଫଳରେ ସାଧାରଣ ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ଦଳ ପକ୍ଷରୁ କୁହାଯାଇଛି। ତେଣୁ ତୁରନ୍ତ ଏହି ସବୁ କାର୍ଯ୍ୟ ସୁଧାର ଆଣିବାକୁ ଦଳ ପକ୍ଷରୁ ଦାବି କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.