ବିଦ୍ୟୁତ ବିଭ୍ରାଟ ନେଇ ତେଜିଲା ଅସନ୍ତୋଷ, ଆନ୍ଦୋଳନ କଲା ବିଜେପି

By

Published : Jun 15, 2023, 9:45 PM IST

thumbnail

ବାଲେଶ୍ବର: କଲବଲ କରୁଛି ବିଦ୍ୟୁତ ବିଭ୍ରାଟ । ପ୍ରବଳ ଗରମ ଗୁଳୁଗୁଳି ବେଳେ ବାରମ୍ବାର ପାୱାର କଟ ସାଧାରଣ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ କରି ପକାଉଛି । ବିଦ୍ୟୁତ ବିଭାଗର ମନମୁଖୀ କାମ ପାଇଁ ଜିଲ୍ଲାର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକମାନେ ବହୁ ଦିନ ଧରି ବିଜୁଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ ତାପମାତ୍ରା ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ଅନ୍ୟପଟେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଦେଉଥିବା ଅଭିଯୋଗ ହୋଇଛି। 
 

ଅଭିଯୋଗ ଅନୁସାରେ, ଅହେତୁକ ବିଦ୍ୟୁତ କାଟ୍, ଲୋ ଭୋଲଟେଜ୍ ଯୋଗୁଁ ସମସ୍ତ ଜନସାଧାରଣଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଜନତାଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇଛି । ଏହିକ୍ରମରେ ଆଜି ଜିଲ୍ଲାର ପ୍ରମୁଖ ସ୍ଥାନ ମାନଙ୍କରେ ଟାଟା ପାଓ୍ବାର ବିରୁଦ୍ଧରେ ଗଣଧାରଣା ଦିଆଯାଇଥିଲା । ବାଲିଆ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ଗଣଧାରଣାର ଆବାହକ ପୁର୍ବତ୍ତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ନେତୃତ୍ୱରେ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ। 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.