କୁମାରପୂର୍ଣ୍ଣମା ପୂର୍ବରୁ ଆକ୍ସନ ମୋଡରେ ବ୍ରହ୍ମପୁର ପୋଲିସ: 6 ଜୁଆ ଆଡ୍ଡାରେ ଚଢାଉ, ୩୬ ଅଟକ

By ETV Bharat Odisha Team

Published : Oct 27, 2023, 9:30 PM IST

thumbnail


ବ୍ରହ୍ମପୁର: କୁମାରପୂର୍ଣ୍ଣମା ପୂର୍ବରୁ ବ୍ରହ୍ମପୁର ପୋଲିସ ପକ୍ଷରୁ କଡ୍ଡା ଆକ୍ସନ । ବିଭିନ୍ନ ଥାନା ଅଞ୍ଚଳରେ ଚଢାଉ କରାଯାଇ 6ଟି ଜୁଆ ଆଡ୍ଡାରେରୁ ୩୬ ଜଣ ଜୁଆଡିଙ୍କୁ ଅଟକ ରଖିଛି ପୋଲିସ । ବ୍ରହ୍ମପୁର ପୋଲିସ ଜିଲ୍ଲାର ବୈଦ୍ୟନାଥପୁର, ଗୋଳନ୍ଥରା ଥାନା , ଗୋଷାଣିନୂଆଗାଁ ଥାନା ଏପରି ଛଅଟି ଆଡ୍ଡାରୁ ପ୍ରାୟ 1 ଲକ୍ଷ ୧୫ ହଜାର ୨୬୦ ଟଙ୍କା ଜବତ କରାଛି ପୋଲିସ । ଏହାସହ ଜୁଆଡିଙ୍କ ମୋଟର ସାଇକେଲ ଏବଂ ମୋବାଇଲ ଫୋନକୁ ପୋଲିସ ଜବତ କରିଛି । 

ପ୍ରତେକ ବର୍ଷ ପାର୍ବଣ ପରେ ଗଞ୍ଜାମ ଜିଲ୍ଲାରେ ବହୁ ମାତ୍ରାରେ ଜୁଆ ଖେଳ ବୃଦ୍ଧି ପାଉଥିବା ବେଳେ ପୋଲିସ ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳେ ବ୍ୟାପକ ମାତ୍ରାରେ ଚଢାଉ କରାଯାଇଛି ।  ସେପଟେ ପରମ୍ପରା ନାମରେ ଲକ୍ଷ ଲକ୍ଷ ଟଙ୍କାର ହେଉଥିବା ଜୁଆ ଖେଳ ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ୍  । ସେପଟେ ଗତ ଅକ୍ଟୋବର ମାସର ପହିଲାରୁ ଅଦ୍ୟାବଧି ବ୍ରହ୍ମପୁର ପୋଲିସ ଜିଲ୍ଲାରେ ମୋଟ ୩୬ ଗୋଟି ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା । 

ଅଦ୍ୟାବଧି ମୋଟ ୨୧୫ ଜଣଙ୍କୁ ଜୁଆଡି ସହ  ପାଖାପାଖି ୭ ଲକ୍ଷ ୭୪ ହଜାର ୧୩୨ ଟଙ୍କା ପୋଲିସ ଜବତ କରିଥିଲା । ସେପଟେ ଆଗାମୀ ଦିନରେ ପୋଲିସର ଏହି ଚଢାଉ ଜାରି ରହିବ ବୋଲି କୁହାଯାଇଛି । 
 

ଏହା ମଧ୍ୟ ପଢନ୍ତୁ...କୁଆଁରୀ ପାଳିଲେ ଜହ୍ନିଓଷା, ଭଲ ବର ଦେବେ ମା’ ବୃନ୍ଦାବତୀ !

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.