Vote Counting: କୋରାପୁଟରେ କଂଗ୍ରେସର କମାଲ, ନବରଙ୍ଗପୁର-ମାଲକାନଗିରିରେ ଚମକିଲା BJD

By

Published : Feb 28, 2022, 9:44 PM IST

Updated : Feb 3, 2023, 8:18 PM IST

thumbnail

କୋରାପୁଟ/ରାୟଗଡ଼ା/ନବରଙ୍ଗପୁର/ମାଲକାନଗିରି: ଅନ୍ତିମ ଦିନରେ ପହଞ୍ଚିଛି ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପ୍ରକ୍ରିୟା । କୋରାପୁଟ ଜିଲ୍ଲାରେ 29ଟି ଜିଲ୍ଲା ପରିଷଦ ଆସନରୁ ବର୍ତ୍ତମାନ ସୁଦ୍ଧା ବିଜେଡି 15ଟି ଆସନ ଅକ୍ତିଆର କରିଛି । ସେପଟେ କଂଗ୍ରେସ 11ଟି ଆସନରେ ଓ ଜଣେ ସ୍ଵାଧୀନ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ଭୋଟ ଗଣତିର ଶେଷ ଦିନରେ ତୃତୀୟ ପର୍ଯ୍ୟାୟରେ ଜୟପୁର ଓ ବୋରିଗୁମ୍ମା ଆସନ ପାଇଁ ଗଣତି ପ୍ରକ୍ରିୟା ଜାରି ରହିଛି । ଜିଲ୍ଲା ପରିଷଦ ଆସନରେ ଏତେ ମାତ୍ରାରେ ଆସନ ଅକ୍ତିଆର କରିଥିବାରୁ କଂଗ୍ରେସ କ୍ୟାମ୍ପରେ ଖୁସି ଦେଖିବାକୁ ମିଳିଛି । ସେପଟେ ରାୟଗଡା ଜିଲ୍ଲାରେ ଧରାଶାୟୀ ହୋଇ ପଡିଛି କଂଗ୍ରେସ । ନିର୍ବାଚନ ପୂର୍ବରୁ ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଆଲୋଚନା ହେଉଥିବା ବେଳେ ଫଳଫଳ ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରିଛି । ଯେଉଁ ଜିଲ୍ଲାକୁ କଂଗ୍ରେସର ଗଡ କୁହାଯାଉଥିଲା ସେଇଠି ଦୁର୍ବଳ ନେତୃତ୍ବ ଜିଲ୍ଲାରେ କଂଗ୍ରେସ ପରାଜୟର କାରଣ ବୋଲି ଅନେକ କଂଗ୍ରେସ କର୍ମୀ ମହଲରେ ଆଲୋଚନା ଚାଲିଛି । ସେପଟେ ମାଲକାନଗିରି ଓ ନବରଙ୍ଗପୁରରେ ମଧ୍ୟ କ୍ଲିନ ସୁଇପ ଆଡ଼କୁ ବଢ଼ି ଚାଲିଛି ବିଜେଡି । ଏହାକୁ ନେଇ ଆମ କୋରାପୁଟ ରାୟଗଡ଼ା ରାୟଗଡ଼ା ଓ ମାଲକାନଗିରି ପ୍ରତିନିଧି ଅଧିକ ସୂଚନା ଦେଇଛନ୍ତି ।

Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.