ବ୍ରହ୍ମପୁରରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାରହିବ: ଏସପି

By

Published : Jul 14, 2020, 3:24 PM IST

thumbnail

ବ୍ରହ୍ମପୁର: ସହରରେ ଗତ 5 ଦିନିଆ ସଟଡାଉନ ଖୋଲାଯିବା ପରେ ସହରରେ ଏଣିକି କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ହିଁ ଖୋଲା ରହିବ । ଏହାଛଡା ସହରରେ ରହିଥିବା ସମସ୍ତ ସପିଙ୍ଗ ମଲ୍ ଠାରୁ ଆରମ୍ଭ କରି ଲୁଗା ଦୋକାନ ଏବଂ ସୁନା ଦୋକାନ ଭଳି ସମସ୍ତ ଦୋକାନବଜାର ବନ୍ଦ ରହିବ । ମୁଖ୍ୟତଃ ବ୍ରହ୍ମପୁର ସହରରେ କୋରାନା ସଂକ୍ରମଣ ବହୁ ମାତ୍ରାରେ ବୃଦ୍ଧି ପାଉଥିବା ବେଳେ ଶେଷରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଜନସାଧାରଣଙ୍କ ଏନେଇ ସହଯୋଗ ନମିଳିଲେ ପୋଲିସ ପକ୍ଷରୁ ଗ୍ରହଣ କରାଯିବାକୁ ରହିଥିବା ନୂତନ ନିୟମ କାର୍ଯ୍ୟକାରୀ କରିବାରେ ସଫଳ ହୋଇପାରିବ ନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର । ଏଭଳି ସମୟରେ ବ୍ରହ୍ମପୁର ସହରରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏଭଳି ସମୟରେ ବର୍ତ୍ତମାନ ସହରର ସମସ୍ତ ବଜାରରେ ସାମାଜିକ ଦୂରତ୍ବ ପାଳନ ନିୟମକୁ ଖିଲାପ କଲେ କିମ୍ବା କୌଣସି ବ୍ୟକ୍ତି ମାସ୍କ ନପିନ୍ଧିଲେ ପୋଲିସ ପକ୍ଷରୁ କୋଠର ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏଣୁ ଏଭଳି ସମୟରେ ସମସ୍ତଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ ଅନିବାର୍ଯ୍ୟ ବୋଲି କରାଯିବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.