ଶେଷ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

By

Published : Feb 23, 2022, 9:04 PM IST

Updated : Feb 3, 2023, 8:17 PM IST

thumbnail

ବାଲେଶ୍ବର: ଶେଷ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବାଲେଶ୍ଵର ଜିଲ୍ଲାର ରେମୁଣା ଓ ସଦର ବ୍ଲକରେ ହେବାକୁ ଯାଉଛି । 24 ତାରିଖ ମତଦାନ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଶେଷ କରି ସମ୍ବେଦନଶୀଳ ବୁଥଗୁଡିକ ଉପରେ ନଜର ରଖାଯାଇଛି । ୨ ଟି ବ୍ଲକରେ 907 ଟି ବୁଥ ଥିବାବେଳେ 220ଟି ସମ୍ବେଦନଶୀଳ ବୁଥ ରହିଛି । ବୁଥରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ 56ଟି ମୋବାଇଲ ପୋଲିସ ପାର୍ଟି ବ୍ୟବସ୍ଥା ହୋଇଛି । ଏହାସହ ବ୍ଲକ ଗୁଡିକରେ ଗଣତି ପାଇଁ ମଧ୍ୟ ସୁବନ୍ଦୋବସ୍ତ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.