୧୪ ଦଫା ଦାବିରେ କଳାହାଣ୍ଡିରେ ଅଙ୍ଗନବାଡି କର୍ମୀ ବିକ୍ଷୋଭ

By

Published : Apr 7, 2022, 4:13 PM IST

Updated : Feb 3, 2023, 8:22 PM IST

thumbnail

ଭବାନୀପାଟଣା: ଜିଲ୍ଲାପାଳ ଅଫିସ ଘେରିଲେ ଅଙ୍ଗନବାଡି କର୍ମୀ । ତେବେ ଆଜି (ଗୁରୁବାର) ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘର ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଳାହାଣ୍ଡି ଜିଲ୍ଲା ଅଙ୍ଗନବାଡି ସଂଘ ଓ ପାଚିକା ସଂଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦିଆଯାଇଛି । ସେହିପରି ପ୍ରଥମେ ବଳଜୀ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦରମା ବୃଦ୍ଧି ସହ ସରକାରୀ ମାନ୍ୟତା ଭଳି ୧୪ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଅଙ୍ଗନବାଡି ଓ ପାଚିକା ସଂଘ । ଏହା ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଯଦି ଆଗାମୀ ଦିନରେ ଦାବି ପୂରଣ ନ ହୁଏ, ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.