ଦୋଳ ପୂର୍ଣ୍ଣିମାରେ ସିଂହଦ୍ବାରରେ ଦଳାଚକଟା, ଭାଙ୍ଗିଦେଲେ ବ୍ୟାରିକେଡ଼ ପଡିଗଲେ 2 ମହିଳା

By

Published : Mar 18, 2022, 1:06 PM IST

Updated : Feb 3, 2023, 8:20 PM IST

thumbnail

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାରରେ ବ୍ୟାରିକେଡ଼ ଭାଙ୍ଗିଲେ ଭକ୍ତ । ଜୋର ଜବରଦସ୍ତ ନିୟମ ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ଏହି ଦଳାଚକଟା ସମୟରେ ୨ ଜଣ ମହିଳା ଭକ୍ତ ତଳେ ପଡିଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଆଜି(ଶୁକ୍ରବାର) ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସୁନାବେଶ ବା ରାଜାରୋଜେଶ୍ବର ବେଶ ଦର୍ଶନ ପାଇଁ ଜଗାଦ୍ବାରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା । ସେପଟେ ମନ୍ଦିର ରୀତିନୀତି ପାଇଁ ଏକଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ତେବେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବା କ୍ଷଣି ପ୍ରବଳ ଖରା ଓ ଗୁଳିଗୁଳିରେ ଅପେକ୍ଷାରତ ଭକ୍ତ ବ୍ୟାରିକେଡ଼ ଭାଙ୍ଗି ଦେଇଥିଲେ । ଅନ୍ୟପଟେ ଚଳିତ ବର୍ଷ ବିଶ୍ବରୁ କୋଭିଡ ମହାମାରୀ ଦୂରେଇ ଯାଉ ଓ ବିଶ୍ବବାସୀଙ୍କ ପାଇଁ ଏହି ବର୍ଷ ସୁଖମୟ ଓ ସମୃଦ୍ଧିର ବର୍ଷ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭକ୍ତ। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.