ETV Bharat / t20-world-cup-2022

T20 World Cup: ସେମିରେ ଇଂଲିସ୍ ଟିମ୍ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ କହିଲେ ରୋହିତ

author img

By

Published : Nov 7, 2022, 7:51 AM IST

ଆଡିଲେଡରେ ଇଂଲଣ୍ଡ ସହିତ କଡା ଟକ୍କର ହେବା ନେଇ କହିଲେ ଅଧିନାୟକ ରୋହିତ ଶର୍ମା । ଅଧିକ ପଢନ୍ତୁ

ସେମିରେ ଇଂଲିସ୍ ଟିମ୍  ଚ୍ୟାଲେଞ୍ଜପୂର୍ଣ୍ଣ ରହିବ କହିଲେ ରୋହିତ
ସେମିରେ ଇଂଲିସ୍ ଟିମ୍ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ କହିଲେ ରୋହିତ

ହାଇଦ୍ରାବାଦ: ସ୍ବତନ୍ତ୍ର ରଣନୀତି ନେଇ ଇଂଲଣ୍ଡ ବିପକ୍ଷରେ ପଡିଆକୁ ଓହ୍ଲାଇବୁ କହିଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା । ନଭେମ୍ବର ୧୦ ତାରିଖ ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଭେଟିବ ଭାରତ । ଇଂଲିସ ଟିମ ସହିତ କଡା ଟକ୍କର ହେବା ନେଇ କହିଛନ୍ତି ରୋହିତ ଶର୍ମା । ସେପଟେ ସୁପର ୧୨ ପର୍ଯ୍ୟାୟର ଶେଷ ମ୍ୟାଚରେ ଜିମ୍ବାୱେକୁ ବଡ ବ୍ୟବଧାନରେ ପରାସ୍ତ କରିବା ପରେ ଦଳର ସ୍ଥିତି ମଜବୁତ ଥିବା କହିଛନ୍ତି କ୍ୟାପଟେନ୍ ।

ଜିମ୍ବାୱେ ମ୍ୟାଚ ବାବଦରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, "ଏହା ଏକ ଜବରଦସ୍ତ ମ୍ୟାଚ ଥିଲା । ଏହା ଏମିତି ଏକ ମ୍ୟାଚ ଥିଲା ଯାହା ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଆମର ଅପେକ୍ଷା ରହିଥିଲା । ଜିମ୍ବାୱେ ବିପକ୍ଷରେ ଆମର ବୋଲିଂ, ବ୍ୟାଟିଂ ଓ ପିଲ୍ଡିଂ ବିଭାଗ ବହୁତ ମଜବୁତ ରହିଥିଲା । ଏହା ସୁପର ୧୨ ପର୍ଯ୍ୟାୟର ଶେଷ ମ୍ୟାଚ ହେଲେ ବି ଏହି ରଣନିତୀରେ ଆମେ ସେମିଫାଇନାଲରେ ମୁକାବିଲା କରିବୁ । ସେମିଫାଇନାଲରେ ଆମେ ଇଂଲଣ୍ଡକୁ ଭେଟିବୁ । ଏହା ପୂର୍ବରୁ ଦଳରେ ନୂଆ ରଣନୀତି ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇବୁ । ସୁପର ୧୨ ପର୍ଯ୍ୟାୟରେ ଆମେ ୫ଟି ଦଳ ସହିତ ମୁକାବିଲା କରିଛୁ । ହେଲେ ଇଂଲିସ୍ ଟିମ୍ ସେମିଫାଇନାଲ ମ୍ୟାଚରେ ଆମ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ । ଏହି ଟୁର୍ଣ୍ଣାମେଣ୍ଟରେ ଇଂଲିଣ୍ଡ ଦମଦାର ଫର୍ମରେ ଥିବା ନଜର ଆସିଛି । ତେବେ ନଭେମ୍ବର ୧୦ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ହେବ ।"

ସୁପର ୧୨ ପର୍ଯ୍ୟାୟର ସମସ୍ତ ମ୍ୟାଚ ଶେଷ ହୋଇଛି । କେଉଁ ଶୀର୍ଷ ଚାରୋଟି ଦଳ ସେମିଫାଇନାଲ ଖେଳିବେ ତାହାର ଚିତ୍ର ସ୍ପଷ୍ଟ ହୋଇଛି । ନଭେମ୍ବର ୯ ତାରିଖ ସିଡନୀରେ ପ୍ରଥମ ସେମିଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ ମ୍ୟାଚ ଖେଳାଯିବ । ନଭେମ୍ବର ୧୦ ତାରିଖ ଆଡିଲେଡରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.