ETV Bharat / sukhibhava

Depression: ଡିପ୍ରେସନର ଶିକାର ହୋଇଛନ୍ତି କି? ଖାଆନ୍ତୁ ଏହି ଫଳ

author img

By ETV Bharat Odisha Team

Published : Oct 11, 2023, 1:08 PM IST

ଚାପ ଏବଂ ଚିନ୍ତାକୁ ନେଇ ଚିନ୍ତିତ ରହିଛନ୍ତି କି? ଡାଳିମ୍ବ ଖାଇଲେ ଦୂର ହେବ ସମସ୍ୟା। ଅଧିକ ପଢନ୍ତୁ

Pomegranate
Pomegranate

ହାଇଦ୍ରାବାଦ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଡିପ୍ରେସନ ଏକ ସାଧାରଣ କଥା ସାଜିଛି । ଅନେକ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିଛି ଲୋକ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଔଷଧ ମଧ୍ୟ ବ୍ୟବହାର କରିଥାଆନ୍ତି । କିନ୍ତୁ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ତେବେ ଏଥରୁ ମୁକ୍ତି ପାଇବା ପାଇଁ କେତେକ ଫଳ ମଧ୍ୟ ସାହାଯ୍ୟ କରିଥାଏ ବୋଲି କୁହାଯାଇଛି । ଖରାପ ଖାଦ୍ୟାଭ୍ୟାସ ଚାପର ଏକ ପ୍ରମୁଖ କାରଣ ହୋଇଥାଏ । କୁହାଯାଏ ସନ୍ତୁଳିତ ଏବଂ ସଠିକ ଖାଦ୍ୟ ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ । ତେବେ ଏକ ରିସର୍ଚ୍ଚରେ କୁହାଯାଇଛି ଯେ, କିଛି ଫଳ ଡିପ୍ରେସନ ଦୂର କରିବାରେ ସାହାଯ୍ୟ କରିବା ସହିତ ଚିନ୍ତା ଏବଂ ଚାପର ମାତ୍ରାକୁ ମଧ୍ୟ କମ କରିଥାଏ ।

ଡିପ୍ରେସନ୍‌କୁ କମ କରେ ଡାଳିମ୍ବ: ଡାଳିମ୍ବରେ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଥାଏ । ଏଥିରେ ଚାପ ଏହଂ ଚିନ୍ତା ହ୍ରାସ କରିବାର ପ୍ରଭାବଶାଳୀ ଗୁଣ ରହିଛି । ଡାଳିମ୍ବରେ ଥିବା ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ କେବଳ ଶାରୀରିକ ଚାପକୁ ହ୍ରାସ କରିନଥାଏ ବରଂ ମାନସିକ ଚାପ ଏବଂ ଚିନ୍ତା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଡାଳିମ୍ବ ଖାଇବା ଦ୍ୱାରା ମସ୍ତିଷ୍କ ଚାପ ହରମୋନ୍ କର୍ଟିସୋଲର ସ୍ତର କମିବା ଫଳରେ ମନ ଶାନ୍ତ ରହିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ଯଦି ଆପଣ ଚାପ, ଚିନ୍ତା ଦେଇ ଗତି କରୁଛନ୍ତି ତେବେ ନିଶ୍ଚିତ ଭାବେ ଡାଳିମ୍ବ ଖାଇବା ଉଚିତ ବୋଲି କୁହାଯାଇଛି ।

କଣ କୁହେ ରିସର୍ଚ୍ଚ: କୁଇନ ମାର୍ଗରେଟ୍ ବିଶ୍ୱବିଦ୍ୟାଳୟର ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନେ ପ୍ରତିଦିନ ଡାଳିମ୍ବ ରସ ପିଉଛନ୍ତି, ସେମାନଙ୍କ ନିକଟରେ ଷ୍ଟ୍ରେସ୍‌ ହରମୋନ କର୍ଟିସୋଲର ମାତ୍ରା କମ ରହିଥାଏ । ଏହାର ଅର୍ଥ ହେଉଛି ଡାଳିମ୍ବ ଜୁସ୍‌ ପିଇବା ଦ୍ୱାରା ମାନସିକ ଚାପ କିଛି ମାତ୍ରାରେ କମ ହୋଇଥାଏ । ତେଣୁ ଚାପରେ ରହୁଥିଲେ ଡାଳିମ୍ବ ଜୁସ୍‌ ପିଇବା ଉଚିତ ବୋଲି କୁହାଯାଇଛି । ଏହା ଦ୍ବାରା ମନୁଷ୍ୟ ସକରାତ୍ମକ ଚିନ୍ତା କରିଥାଏ । ଡାଳିମ୍ବକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଦ୍ବାରା ଏହା ମନୋବଳକୁ ବୃଦ୍ଧି କରିବା ସହିତ ଚାପରୁ ମୁକ୍ତି ଦେଇଥାଏ ।

ଏହା ମଧ୍ୟ ପଢନ୍ତୁ: ପ୍ଲେଟ୍‌ଲେଟ୍ ବୃଦ୍ଧି ସହ ଡେଙ୍ଗୁରୁ ଶୀଘ୍ର ସୁସ୍ଥ କରେ ଏହିସବୁ ଖାଦ୍ୟ

ଡାଳିମ୍ବ ଖାଇବାର ଫାଇଦା:

  • ଡାଳିମ୍ବରେ ଭିଟାମିନ୍ ସି', ଭିଟାମିନ୍ ବି'6, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ଶରୀର ପାଇଁ ଲାଭଦାୟକ ଅଟେ ।
  • ଡାଳିମ୍ବରେ ଆଣ୍ଟିଅକ୍ସିଡାଣ୍ଟ୍‌ ଥାଏ ଯାହା କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।
  • ଡାଳିମ୍ବ ଖାଇବା ଦ୍ୱାରା ଭୋକ କମ ହୋଇଥାଏ। ଯାହା ଦ୍ବାରା ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଓଜନ ହ୍ରାସ କରିବାରେ ଏହା ସହାୟକ ହୋଇଥାଏ ।
  • ଡାଳିମ୍ବରେ ଫାଇବର ଥାଏ ଯାହା ହଜମ ପ୍ରକ୍ରିୟା ପାଇଁ ଫଳପ୍ରଦୀ ଅଟେ ।
  • ଡାଳିମ୍ବ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.