ETV Bharat / sukhibhava

World Organ Donation Day 2023: ଅଙ୍ଗଦାନ ମହତ ଦାନ, ବଞ୍ଚିବ ଆଉ ଏକ ଜୀବନ

author img

By

Published : Aug 13, 2023, 6:32 AM IST

ବିଶ୍ୱ ଅଙ୍ଗଦାନ ଦିବସ ପ୍ରତିବର୍ଷ 13 ଅଗଷ୍ଟରେ ପାଳନ କରାଯାଏ । ଅଙ୍ଗ ଦାନର ଗୁରୁତ୍ୱ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିବସର ଉଦ୍ଦେଶ୍ୟ ଅଟେ। ଅଧିକ ପଢନ୍ତୁ

World Organ Donation Day 2023
World Organ Donation Day 2023

ହାଇଦ୍ରାବାଦ: ଜନ୍ମ ମାନେ ମୃତ୍ୟୁ ସୁନିଶ୍ଚିତ ଏହା ସମସ୍ତେ ଜାଣନ୍ତି । ମୃତ୍ୟୁ କାହା ହାତରେ ନଥାଏ କିନ୍ତୁ ଜୀବନ ବଞ୍ଚାଇବା ସମସ୍ତଙ୍କ ହାତରେ ରହିଥାଏ । ଅଙ୍ଗଦାନ କରି ଆମେ ଏକ ମୂଲ୍ୟବାନ ଜୀବନ ବଞ୍ଚାଇପାରିବା । ଜଣେ ବ୍ୟକ୍ତିଙ୍କର ଦେହାନ୍ତ ପରେ ତାଙ୍କର କୌଣସି ଅଙ୍ଗ କୌଣସି ପ୍ରକାରରେ ମଧ୍ୟ କାମରେ ଆସିନଥାଏ। କିନ୍ତୁ ମୃତ ବ୍ୟକ୍ତିର ଅଙ୍ଗ ଗୁଡିକ ଅନ୍ୟ କାହାକୁ ନୂଆ ଜୀବନ ଦେଇଥାଏ । ମୃତ୍ୟୁ ପରେ ଅଙ୍ଗ ନଷ୍ଟ ନକରି ଆବଶ୍ୟକୀୟ ବ୍ୟକ୍ତିଙ୍କୁ ଦାନ କରିବା ହେଉଛି ଅଙ୍ଗଦାନ । ଆଜି ହେଉଛି ବିଶ୍ୱ ଅଙ୍ଗଦାନ ଦିବସ । ଜାତୀୟ ସର୍ଭେ ରିପୋର୍ଟ ଅନୁସାରେ ଭାରତରେ ପ୍ରତିବର୍ଷ 500,000 ଲୋକ ଠିକ୍ ସମୟରେ ଅଙ୍ଗ ନମିଳିବାରୁ ମୃତ୍ୟୁବରଣ କରିଥାଆନ୍ତି । ଜଣେ ବ୍ୟକ୍ତି ନିଜ ଅଙ୍ଗ ଦାନ କରି 8 ଜଣଙ୍କୁ ନୂତନ ଜୀବନ ଦେଇପାରିବେ ।

ବିଶ୍ବ ଅଙ୍ଗଦାନ ଦିବସର ଇତିହାସ: ଆଧୁନିକ ଚିକିତ୍ସା ବିଜ୍ଞାନ ଦ୍ବାରା ଅଙ୍ଗକୁ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କ ଠାରେ ପ୍ରତିରୋପଣ କରିବାରେ ସମ୍ଭବ ହୋଇପାରିବ । 1954 ମସିହାରେ, ଯୁକ୍ତରାଷ୍ଟ୍ରରେ ପ୍ରଥମେ ସଫଳ ଅଙ୍ଗ ପ୍ରତିରୋପଣ କରାଯାଇଥିଲା । ଯାଆଁଳା ଭାଇ ରୋନାଲ୍ଡ ଏବଂ ରିଚାର୍ଡ ହେରେକଙ୍କୁ କିଡନୀ ପ୍ରତିରୋପଣ ପାଇଁ ଡାକ୍ତର ଜୋସେଫ ମୁରେ 1990ରେ ଫିଜିଓଲୋଜି କିମ୍ବା ମେଡିସିନରେ ନୋବେଲ ପୁରସ୍କାର ପାଇଥିଲେ ।

ଅଙ୍ଗଦାନର ପ୍ରକାର

ଜୀବନ ଥିବା ସମୟରେ ଅଙ୍ଗଦାନ

ମୃତ୍ୟୁପରେ ଅଙ୍ଗଦାନ

ଅଙ୍ଗଦାନ କମ ହେବାର କାରଣ: ଅଙ୍ଗ ଦାନ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ଅଙ୍ଗଦାନ ସଂଖ୍ୟା କମ ହେବାରେ ଲାଗିଛି । ଅନେକ ଏନଜିଓ ଏବଂ ଜନସାଧାରଣ ସଂଗଠନ ଏ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ତଥାପି ଫଳପ୍ରଦ ହୋଇପାରୁନାହିଁ । ଜାତୀୟ ସ୍ୱାସ୍ଥ୍ୟ ପୋର୍ଟାଲ ଅନୁଯାୟୀ, ଦେଶ ପ୍ରତି ମିଲିୟନ୍ ଜନସଂଖ୍ୟାରେ ମାତ୍ର 0.65 ଅଙ୍ଗ ଦାନ କରାଯାଇଥାଏ ।

ଅଙ୍ଗଦାନ ପାଇଁ ପ୍ରଥମ ସର୍ତ୍ତ: ଅଙ୍ଗ ଦାନ ଜଣେ ବ୍ୟକ୍ତି ସୁସ୍ଥ ରହିବା ଆବଶ୍ୟକ। ମୃତ ବ୍ୟକ୍ତିଙ୍କଠାରେ ଏଚ୍.ଆଇ.ଭି, କର୍କଟ, ମଧୁମେହ, କିଡନୀ ଏବଂ ହୃଦରୋଗ ହେବା ଉଚିତ୍ ନୁହେଁ । ଅଙ୍ଗଦାନ ଦୁଇଟି ଉପାୟରେ କରାଯାଇପାରିବ । ଯେତେବେଳେ ଜଣେ ବ୍ୟକ୍ତିର ବ୍ରେନ ଡେଡ ହୋଇଯାଇଥାଏ କିନ୍ତୁ ହୃଦସ୍ପନ୍ଦନ ଜାରି ରହିଥିବ ସେମାନେ ଚାହିଁଲେ ମଧ୍ୟ ଅଙ୍ଗଦାନ କରିପାରିବେ ।

କେଉଁମାନେ ଅଙ୍ଗଦାନ କରିପାରିବେ ନାହିଁ: କୌଣସି ରୋଗୀ ଅଙ୍ଗ ଦାନ କରିପାରିବେ ନାହିଁ । ଏଚ୍.ଆଇ.ଭି, କର୍କଟ ଏବଂ ଅନ୍ୟାନ୍ୟ ଗୁରୁତର ସଂକ୍ରମଣ ପରି ଶୀଘ୍ର ବିସ୍ତାର କରୁଥିବା ରୋଗରେ ପୀଡିତ ଲୋକମାନେ ଅଙ୍ଗ ଦାନ କରିପାରିବେ ନାହିଁ । ମଧୁମେହ, କିଡନୀ କିମ୍ବା ହୃଦରୋଗ, କର୍କଟ ଏବଂ ଏଚ୍.ଆଇ.ଭି ରୋଗୀ ବଞ୍ଚିଥିବା ଅବସ୍ଥାରେ ମଧ୍ୟ ଅଙ୍ଗଦାନ କରିପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ: International Youth Day: ବଦଳିଛି ଯୁବପିଢିଙ୍କ ରୁଚି, ଏହି ବିଷୟ ଉପରେ ରହୁଛି ଅଧିକ ଧ୍ୟାନ

ଅଙ୍ଗଦାନ ପାଇଁ ଯୋଗାଯୋଗ ଠିକଣା: ଅଙ୍ଗ ଦାନ ପାଇଁ ଅନେକ ଅନୁଷ୍ଠାନ ସହିତ ଯୋଗାଯୋଗ କରାଯାଇପାରିବ। ଆପଣ www.rnos.org, www.notto.nic.in କିମ୍ବା mohanfoundation.org ରେ ପଞ୍ଜୀକୃତ କରିପାରିବେ କିମ୍ବା ଟୋଲ୍ ଫ୍ରି ନମ୍ବର 1800114770ରେ ଯୋଗାଯୋଗ କରିପାରିବେ । ପଞ୍ଜୀକରଣ ପରେ, ଦିଆଯାଇଥିବା କାର୍ଡ ସମ୍ବନ୍ଧୀୟ ସୂଚନା ପରିବାର ସଦସ୍ୟଙ୍କୁ ଦିଆଯିବା ଉଚିତ୍‌ । ମୃତ୍ୟୁ ପରେ ପରିବାର ଲୋକଙ୍କ ସମ୍ମତିରେ ଅଙ୍ଗଦାନ କରାଯାଇଥାଏ ।

କେତେ ବର୍ଷ ଭିତରେ ଅଙ୍ଗଦାନ କରିପାରିବେ: ଜନ୍ମରୁ 65 ବର୍ଷ ବୟସ ମଧ୍ୟରେ ଜଣେ ବ୍ୟକ୍ତିଙ୍କର ବ୍ରେନ ଡେଡ ବୋଲି ଘୋଷିତ ହୋଇଥିଲେ ମଧ୍ୟ ସେମାନେ ଅଙ୍ଗ ଦାନ କରିପାରିବେ। ବ୍ରେନଡେଡ ପ୍ରମାଣିତ ହେବା ପରେ କିମ୍ବା ମୃତ୍ୟୁର କିଛି ଘଣ୍ଟା ମଧ୍ୟରେ କେଉଁ ଅଙ୍ଗ ପ୍ରତିରୋପଣ କରାଯିବା ଉଚିତ ତାହା ଜାଣିବା ଜରୁରୀ ଅଟେ।

ଏହି ବଲିଉଡ ସେଲିବ୍ରେଟ ଅଙ୍ଗଦାନ ପାଇଁ ପ୍ରତିଶୃତି ଦେଇଛନ୍ତି:

  • ସୁପରଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଆଖି ଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି।
  • ସଲମାନ ଖାନ ତାଙ୍କ ଅସ୍ଥି ମଜ୍ଜା ଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି।
  • ଐଶ୍ବର୍ଯ୍ୟା ରାୟ ବଚ୍ଚନ ତାଙ୍କ ଆଖି ଦାନ କରିବା ପାଇଁ ଆଇ ବ୍ୟାଙ୍କ ଆସୋସିଏସନ୍ ଅଫ୍ ଇଣ୍ଡିଆ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।
  • ଆର ମାଧବନ୍ ତାଙ୍କ ଆଖି, ହୃଦୟ, ଫୁସଫୁସ, କିଡନୀ, ଯକୃତ, ହାଡ ଏବଂ କାର୍ଟିଲେଜ୍ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
  • ତାଙ୍କ ମୃତ୍ୟୁ ପରେ ଆମୀର ଖାନ ତାଙ୍କ ଶରୀରର ପ୍ରତ୍ୟେକ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।
  • ପ୍ରିୟଙ୍କା ଚୋପ୍ରା ତାଙ୍କ ଅଙ୍ଗ ଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି।
  • ଅଙ୍ଗ ଦାନ କରିବାକୁ ରଣବୀର କପୁର ମଧ୍ୟ ପ୍ରତିଶୃତି ଦେଇଛନ୍ତି।
  • ଆଖି ଦାନ କରିବାକୁ ସୁନୀଲ ଶେଟ୍ଟୀ ପ୍ରତିଶୃତି ଦେଇଛନ୍ତି।

ଅଙ୍ଗଦାନ ବିଷୟରେ 8ଟି ଭୁଲ ଧାରଣା:

  • ଧର୍ମରେ ଅଙ୍ଗଦାନ ବାରଣ କରାଯାଇଛି ଭାବି କିଛି ଜଣ ଅଙ୍ଗଦାନ କରନ୍ତି ନାହିଁ
  • ଅଙ୍ଗ ଦାନ କେବଳ ମୃତ୍ୟୁ ପରେ କରାଯାଇପାରିବ
  • ବ୍ରେନଡେଡ ହେଲେ ଅଙ୍ଗଦାନ କରିପାରିବେ ନାହିଁ
  • ଅଙ୍ଗ ଦାନ ହେତୁ ଅକ୍ଷମତା କିମ୍ବା ଦୁର୍ବଳତାର ଆଶଙ୍କା
  • ଅଙ୍ଗ ଦାନରୁ ପିତାମାତା ହେବାର ଅସୁବିଧା
  • ପୁରୁଷ ଅଙ୍ଗ ପ୍ରତିରୋପଣ କରାଯାଇପାରିବ ନାହିଁ
  • ପିଲାମାନେ ଅଙ୍ଗ ଦାନ କରିପାରିବେ ନାହିଁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.