ETV Bharat / sukhibhava

Memory Booster: କାହିଁକି ହ୍ରାସ ପାଏ ସ୍ମୃତିଶକ୍ତି ? ଜାଣନ୍ତୁ କାରଣ ଓ ନିରାକରଣ

author img

By

Published : Sep 16, 2022, 5:23 PM IST

ଭୁଲିଯିବା ବା କୌଣସି ସାମାନ୍ୟ କଥାକୁ ମନେ ନ ରଖିବା ବର୍ତ୍ତମାନ ମୁଖ୍ୟ ସମସ୍ୟା ପାଲଟିଲାଣି । ପୂର୍ବ ସମୟରେ ବୟସ ବୃଦ୍ଧି ସାଙ୍ଗକୁ ଏହି ସମସ୍ୟା ଦେଖା ଦେଉଥିଲା । ମାତ୍ର ବର୍ତ୍ତମାନ ସମୟରେ ପିଲାଠୁ ବୟସ୍କ ସମସ୍ତଙ୍କ ଠାରେ ଏହି ସମସ୍ୟା ଦେଖା ଦେଉଛି । ତେବେ କାହିଁକି ସ୍ମୃତିଶକ୍ତି ହ୍ରାସ ପାଏ, କଣ ଏହାର କାରଣ ଓ ନିରାକରଣ(Memory Booster) ଜାଣନ୍ତୁ

Memory Booster: କାହିଁକି ହ୍ରାସ ପାଏ ସ୍ମୃତିଶକ୍ତି ? ଜାଣନ୍ତୁ କାରଣ ଓ ନିରାକରଣ
Memory Booster: କାହିଁକି ହ୍ରାସ ପାଏ ସ୍ମୃତିଶକ୍ତି ? ଜାଣନ୍ତୁ କାରଣ ଓ ନିରାକରଣ

ହାଇଦ୍ରାବାଦ: ବାର୍ଦ୍ଧକ୍ୟ ସହ ଧିରେ ଧିରେ ଆମ ସ୍ମୃତି ଶକ୍ତି ହ୍ରାସ ପାଇଥାଏ । ଆଜିର ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଅତି ସାଧାରଣ ହୋଇଗଲାଣି । ସେମାନେ ଛୋଟ ଛୋଟ ଜିନିଷ ମଧ୍ୟ ଭୁଲିଯାଉଛନ୍ତି । ବିଦ୍ୟାଳୟରେ ସେମାନଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ମଧ୍ୟ ସେମାନେ ମନେରଖି ନ ଥାନ୍ତି । ଏପରି ସମସ୍ୟା ଯୁବପିଢିଙ୍କ ମଧ୍ୟରେ ଅଧିକ ଦେଖା ଦେଉଛି ! ଏପରିକି କୌଣସି ବୟସରେ ମଧ୍ୟ ଏହି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବା ସାଧାରଣ ହୋଇଗଲାଣି । ତେବେ ସ୍ମୃତିଶକ୍ତି କାହିଁକି ହ୍ରାସପାଏ ସେ' ବାବଦରେ ଆଲୋଚନା କରିବା...

Walnuts
Walnuts

ସ୍ମୃତି କାହିଁକି ଦୁର୍ବଳ ହେଉଛି ?

ଶରୀରରେ ପୁଷ୍ଟିକର ଅଭାବ ଏହାର ମୁଖ୍ୟ କାରଣ ଭାବରେ ବିବେଚନା କରାଯାଇଛି । ବେଳେବେଳେ ମୁଣ୍ଡରେ ଆଘାତ ମଧ୍ୟ ସ୍ମୃତିଶକ୍ତି ସମସ୍ୟା ସୃଷ୍ଟି କରିଥାଏ । କେତେକ କ୍ଷେତ୍ରରେ କିଛି ଭୟଙ୍କର ରୋଗର ଶିକାର କାରଣୁ ମଧ୍ୟ ସ୍ମୃତିଶକ୍ତି ହ୍ରାସ ହୋଇଥାଏ, ଫଳରେ ଆମେ ଛୋଟ ଛୋଟ ଜିନିଷ ମଧ୍ୟ ଭୁଲିଯାଇଥାନ୍ତି । ଏହିପରି ସମସ୍ୟାକୁ ଅଣଦେଖା କରିବା ଠିକ୍ ନୁହେଁ । ଏହାର ଲକ୍ଷଣ ବାବଦରେ ଜାଣିବା ପରେ ତୁରନ୍ତ ଉପଚାର ପାଇଁ ଚିନ୍ତା କରିବା ଉଚିତ୍ ।

Brahmi Powder
Brahmi Powder

ନିମ୍ନରେ କେତେକ ଘରୋଇ ଉପଚାର ବାବଦରେ ଆଲୋଚନା କରାଯାଇଛି, ଯାହାକୁ ବ୍ୟବହାର କରି ଆପଣ ସ୍ମୃତିଶକ୍ତି ହ୍ରାସ ସମସ୍ୟାରୁ ମୁକ୍ତି ପାଇପାରିବେ...

ବ୍ରାହ୍ମୀ ପାଉଡର ସହ କ୍ଷୀର ମସ୍ତିଷ୍କ ପାଇଁ ବେଶ୍ ଉପକାରୀ ବିବେଚନା କରାଯାଏ । ଏହି କ୍ଷୀର ଆପଣଙ୍କ ସ୍ମୃତିକୁ ତୀକ୍ଷ୍ଣ(Memory Booster) କରିବାରେ ସାହାଯ୍ୟ କରେ । ସବୁଠୁ ବଡ କଥା ହେଉଛି, ଏହାର କୌଣସି ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଅଧା ଚାମଚ ବ୍ରାହ୍ମୀକୁ 1 ଗ୍ଲାସ କ୍ଷୀରରେ ପ୍ରାୟ 2 ମିନିଟ୍ ଫୁଟାନ୍ତୁ ଏବଂ ଶୋଇବା ପୂର୍ବରୁ ପ୍ରତିଦିନ ଏହି କ୍ଷୀର ପିଅନ୍ତୁ ।

ଗାଜର ଜୁସରେ କେଶର ମିଶାଇ ଏହାକୁ ପିଇବା ଦ୍ୱାରା ସ୍ମୃତିଶକ୍ତି ବଢିଥାଏ । ଉତ୍ତମ ସ୍ମୃତିଶକ୍ତି ପାଇଁ, ସକାଳେ ଖୋଲା ଆକାଶରେ ବ୍ୟାୟାମ ଏବଂ ଚାଲିବା ଲାଭଦାୟକ । ଶୀର୍ଷାସନ, କୋବ୍ରା ଏବଂ ଧନୁଷ ଯୋଗ ହେଉଛି କିଛି ଯୋଗ ମୁଦ୍ରା, ଯାହା ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ ଏବଂ ସ୍ମୃତିଗତ ସମ୍ୟାଠୁ ଦୂରେଇ ରଖେ । ଆପଣଙ୍କ ଖାଦ୍ୟରେ ସବୁଜ ପନିପରିବା ମଧ୍ୟ ଏକ ସ୍ମୃତି ବୃଦ୍ଧିକାରୀ ଭାବରେ କାର୍ଯ୍ୟ କରେ । ଏହା ସହିତ ୱାଲନଟ୍ସ ଏବଂ ବାଦାମ ପରି ଡ୍ରାଏ ଫ୍ରୁଟ୍ସକୁ କ୍ଷୀରରେ ପିଇବା ଦ୍ବାରା ସ୍ମୃତିଶକ୍ତି ଦୃଢ ରହିଥାଏ ।

Disclaimer: ଏହିସବୁ ଘରୋଇ ଉପଚାର ସାଧାରଣ ଚିକିତ୍ସା ନିମନ୍ତେ । ଯଦି କୌଣସି ଗମ୍ଭୀର ସମସ୍ୟା ଥାଏ, ତେବେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.