ETV Bharat / sukhibhava

ସାନିଟାରୀ ପ୍ୟାଡ ନା ମେନ୍ସୁରାଲ୍ କପ କେଉଁଟା ଭଲ ? ଜାଣନ୍ତୁ କଣ କହୁଛି ରିପୋର୍ଟ

author img

By

Published : Jul 30, 2023, 9:23 AM IST

ସାନିଟାରୀ ପ୍ୟାଡ ବଦଳରେ ମେନ୍ସୁରାଲ୍ କପର ବ୍ୟବହାର ଦ୍ବାରା ସଂକ୍ରମଣ ଆଶଙ୍କା କମିଥାଏ । ଏନେଇ ଏକ ରିପୋର୍ଟରେ ପ୍ରକାଶିତ ହୋଇଛି । ଅଧିକ ପଢନ୍ତୁ

Menstrual Cup
Menstrual Cup

ହାଇଦ୍ରାବାଦ: ନାରୀ ଜୀବନର ଏକ ବିଶେଷ ଅଂଶ ହେଉଛି ଋତୁସ୍ରାବ । ଯଦି ଜଣେ ମହିଳା ବା ଯୁବତୀ ଋତୁସ୍ରାବ ବା ପିରିୟଡ ହୋଇନଥାନ୍ତି ତେବେ ସେମାନେ ମାଆ ହୋଇପାରିବେ ନାହିଁ । ଋତୁସ୍ରାବକୁ ନେଇ ଅନେକ ପ୍ରକାର ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଆଜି ମଧ୍ୟ କିଛି ଲୋକ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ସଂକ୍ରମଣର ଶିକାର ହୋଇଥାଆନ୍ତି । ମହିଳାମାନଙ୍କ ପାଇଁ ଋତୁସ୍ରାବକୁ ନେଇ ଯଦିଓ ବଜାରରେ ଅନେକ ଜିନିଷ ଉପଲବ୍ଧ, କିନ୍ତୁ ତଥାପି ମହିଳାମାନେ ସାନିଟାରୀ ପ୍ୟାଡ୍ ଅଧିକ ବ୍ୟବହାର କରନ୍ତି । ସାନିଟାରୀ ନାପକିନ ମହିଳାମାନଙ୍କୁ ଆରାମ ପ୍ରଦାନ କରିଥାଏ । ଆବଶ୍ୟକତା ଅନୁସାରେ, ବିଭିନ୍ନ ପ୍ରକାର ସାନିଟାରୀ ପ୍ୟାଡ ବଜାରରେ ଉପଲବ୍ଧ ହେଉଛି । କିନ୍ତୁ ସାନିଟାରୀ ପ୍ୟାଡ୍ ଯୋନୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବିବେଚନା କରାଯାଏନାହିଁ । ଏଥିସହିତ ଏକ ଅନୁସନ୍ଧାନରେ ପ୍ରକାଶିତ ହୋଇଛି ଯେ, ସାନିଟାରୀ ପ୍ୟାଡ ଠାରୁ ମେନ୍ସୁରାଲ୍ କପ ବ୍ୟବହାର ଦ୍ବାରା ସଂକ୍ରମଣର ଆଶଙ୍କା କମିଥାଏ।

ମେନ୍ସୁରାଲ୍ କପ ବ୍ୟବହାର ଦ୍ବାରା କମିଥାଏ ସଂକ୍ରମଣ: ମେନ୍ସୁରାଲ୍ କପ ବ୍ୟବହାର ଆଡଭାନ୍ସ ଏବଂ ଏହାର ବ୍ୟବହାର ମଧ୍ୟ ସହଜ ଅଟେ । ଇଲିନୋଇସ୍ ଚିକାଗୋ ୟୁନିଭରସିଟିରେ ଏହା ଉପରେ କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ମେନ୍ସୁରାଲ୍ କପ ବ୍ୟବହାର କରିବା ଦ୍ୱାରା ମହିଳାଙ୍କ ସଂକ୍ରମଣ ଆଶଙ୍କା ହ୍ରାସ ହେବା ସହିତ ଯୋନୀ ସ୍ୱାସ୍ଥ୍ୟ ଭଲ ରହିଥାଏ । ଅନୁସନ୍ଧାନରେ କିଛି ଯୁବତୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ତେବେ ଋତୁସ୍ରାବ ସମୟରେ ସେମାନଙ୍କୁ ମେନ୍ସୁରାଲ୍ କପ ବ୍ୟବହାର ବ୍ୟବାହର କରିବା ପାଇଁ ଦିଆଯାଇଥିଲା ।

ଅନୁସନ୍ଧାନରୁ ଜଣାପଡିଥିଲା ବା ଦେଖାଯାଇଥିଲା ଯେ, ମେନ୍ସୁରାଲ୍ କପ ବ୍ୟବହାର କରୁଥିବା ଅନେକ ଯୁବତୀଙ୍କର ସଂକ୍ରମଣର ମାତ୍ରା କମ ରହିଥିଲା । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ଆର୍ଥିକ ଅନୁଦାନ ପ୍ରାପ୍ତ କାନିଆ ମାଧ୍ୟମିକ ବିଦ୍ୟାଳୟର 436 ଯୁବତୀଙ୍କୁ ଏହି ଅନୁସନ୍ଧାନରେ ସାମିଲ କରାଯାଇଥିଲା । ଅନେକ ମାସ ଧରି ଚାଲିଥିବା ଏହି ଅନୁସନ୍ଧାନରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଝିଅଙ୍କ ଠାରେ ବ୍ୟାକ୍ଟେରିଆଲ ଭେଜିନୋସିସ୍ ସଂକ୍ରମଣର ଆଶଙ୍କା 26 ପ୍ରତିଶତ ହ୍ରାସ ପାଇଛି । ଏଥି ସହିତ, ଯୌନ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବହୁତ କମ୍ ଥିବା ଜଣାପଡିଥିଲା । ଏହି ଅଧ୍ୟୟନ PLOS ମେଡିସିନରେ ପ୍ରକାଶିତ ହୋଇଛି । ଏହି ଫଳାଫଳ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଗେମ ଚେଞ୍ଜର ବୋଲି ପ୍ରମାଣିତ ହୋଇପାରେ ବୋଲି ଅନୁସନ୍ଧାନକାରୀମାନେ ବିଶ୍ବାସ କରନ୍ତି ।

ଏହା ମଧ୍ୟ ପଢନ୍ତୁ: Menstrual Cup Launch: 3ଟି ବ୍ରାଣ୍ଡର ମେନ୍ସୁରାଲ୍ କପ୍ ଲଞ୍ଚ୍

ମେନ୍ସୁରାଲ୍ କପର ଫାଇଦା:

କହିରଖୁଛୁ କି, ମେନ୍ସୁରାଲ୍ କପ୍ ହେଉଛି ମେଡିକାଲ୍ ଗ୍ରେଡ୍ ସିଲିକନ୍ ସାମଗ୍ରୀରେ ନିର୍ମିତ ଏକ ସ୍ଥାୟୀ ଏବଂ ପୁନଃବ୍ୟବହାର ଯୋଗ୍ୟ ଉପକରଣ, ଯାହା ଋତୁସ୍ରାବ ତରଳ ପଦାର୍ଥ ସଂଗ୍ରହ କରିବା ପାଇଁ ଯୋନୀରେ ବ୍ୟବହାର କରାଯାଇ ପାରିବ ।

ଋତୁସ୍ରାବ ସମୟରେ ଅଧିକ ରକ୍ତ ପ୍ରବାହକୁ ଏଡାଇବା ପାଇଁ, ମେନ୍ସୁରାଲ୍ କପ୍ ବ୍ୟବହାର କରିବା ଉଚିତ୍ । ଏହା ରକ୍ତକୁ ହୋଲ୍ଡ କରିବାରେ ସାହାଯ୍ୟ କରେ । ସଂକ୍ରମଣର ଆଶଙ୍କା କମାଇବା ପାଇଁ ପ୍ରତି 6 ଘଣ୍ଟାରେ ପ୍ୟାଡ୍ ବଦଳାଇବାକୁ ପରାମର୍ଶ ଦିଆଯାଇଛି । ଏପରି ପରିସ୍ଥିତିରେ, ମେନ୍ସୁରାଲ୍ କପ୍ ଋତୁସ୍ରାବ ପାଇଁ ଲାଭଦାୟକ ହୋଇପାରେ । ପର୍ଯ୍ୟାୟକ୍ରମେ ପ୍ୟାଡ୍ ପିନ୍ଧିବା ପରେ ମଧ୍ୟ ଲିକ ହେବାର ଭୟ ରହିଥାଏ । ଯାହାକି ମେନ୍ସୁରାଲ୍ କପରେ ହୋଇନଥାଏ । ଏହି ମେନ୍ସୁରାଲ୍ କପକୁ ସର୍ବନିମ୍ନ 5 ବର୍ଷ ଏବଂ ସର୍ବାଧିକ 10 ବର୍ଷ ପର୍ଯ୍ୟନ୍ତ ପୁନଃ ବ୍ୟବହାରଯୋଗ୍ୟ କରାଯାଇ ପାରିବ । ସାନିଟାରୀ ନାପକିନ୍ ଦ୍ବାରା ସୃଷ୍ଟି ହୋଇଥିବା ବର୍ଜ୍ୟବସ୍ତୁ ଦୂର କରିପାରିଲେ ପରିବେଶ ସୁରକ୍ଷା ମଧ୍ୟ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.