ETV Bharat / sukhibhava

ଛୋଟ ଛୁଆଙ୍କୁ ପେଟ ଯନ୍ତ୍ରଣାରୁ ମିଳିବ ମୁକ୍ତି, ଆପଣାନ୍ତୁ ଆୟୁର୍ବେଦିକ ଉପାୟ

author img

By ETV Bharat Odisha Team

Published : Sep 21, 2023, 12:37 PM IST

ଅନେକ କାରଣରୁ ଛୋଟ ଛୁଆଙ୍କ ପେଟ ଯନ୍ତ୍ରଣା ହୋଇଥାଏ । ତେବେ ଜାଣନ୍ତୁ ଆୟୁର୍ବେଦରେ କିପରି ଚିକିତ୍ସା କରିପାରିବେ ? ଅଧିକ ପଢ଼ନ୍ତୁ

stomach ache
stomach ache

ହାଇଦ୍ରାବାଦ: ପେଟରେ ଯନ୍ତ୍ରଣା ହେଉଛି ଏକ ସାଧାରଣ ରୋଗ। ସାଧାରଣତଃ ଛୋଟଛୁଆ ଏହାର ସମ୍ମୁଖୀନ ହୋଇଥାଆନ୍ତି । ଯାହାକି ଉଭୟ ପିଲା ଏବଂ ପିତାମାତାଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇପାରେ । ଆୟୁର୍ବେଦ ପଦ୍ଧତିରେ ଛୋଟ ଛୁଆଙ୍କୁ ପେଟ ଯନ୍ତ୍ରଣାର ଚିକିତ୍ସା କରାଯାଇପାରିବ ବୋଲି କୁହାଯାଇଛି । ଯାହା ପେଟ ସମସ୍ୟା ଏବଂ ଯନ୍ତ୍ରଣା ହ୍ରାସ କରିବାରେ ବହୁତ ସହାୟକ ହୋଇପାରେ । ସାଧାରଣତଃ ଅଧିକା ଖାଇବା, ହଜମ କରିବାରେ ଅସୁବିଧା, ଅନ୍ତନଳୀରେ ସମସ୍ୟା, ଗ୍ୟାସ୍ କିମ୍ବା ଆଲର୍ଜି ଯୋଗୁଁ ପେଟ ଯନ୍ତ୍ରଣା ହୋଇଥାଏ । ପେଟ ଯନ୍ତ୍ରଣା ଯୋଗୁଁ ଛୋଟ ଛୁଆ ଅନେକ ସମସ୍ୟା ଭୋଗୁଥିବା ବେଳେ ପିତାମାତା ମଧ୍ୟ ଅଧିକ ହଇରାଣ ହରକତ ହୋଇଥାଆନ୍ତି । ତେବେ ଆୟୁର୍ବେଦିକ ଚିକିତ୍ସା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

  • ଅଦା ଏବଂ ମହୁ: ହଜମ କ୍ରିୟା ପାଇଁ ଅଦା ରାମବାଣ ଅଟେ । ଅଦା ରସ ଏବଂ ମହୁକୁ ମିଶାଇ ପେଟ ଯନ୍ତ୍ରଣାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଛୋଟ ଛୁଆଙ୍କ ପେଟ ଯନ୍ତ୍ରଣା ହେଲେ ଗୋଟିଏ ଚାମଚ ମହୁକୁ ଅଧା ଚାମଚ ଅଦା ରସ ମିଶାଇ ଦେଇପାରିବେ । ଯଦି ଛୁଆ ହଜମ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଏ ତାହାଲେ ଏହା ହଜମ କରିବାରେ ସାହାଯ୍ୟ କରିବା ସହିତ ପେଟ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ।
  • ଜୁଆଣି ପାଣି: ଜୁଆଣି କିମ୍ବା କେରମ୍ ମଞ୍ଜିରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଥାଏ । ଯାହା ଗ୍ୟାସ ଏବଂ ପେଟଫୁଲା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏକ ଚାମଚ ଜୁଆଣିକୁ ଏକ କପ ପାଣିରେ କିଛି ସମୟ ଭିଜାଇ ରଖନ୍ତୁ । ଏହାପରେ ଉକ୍ତ ପାଣିକୁ କିଛି ସମୟ ଫୁଟାନ୍ତୁ । ଏହାପରେ ପାଣିକୁ ଛାଣି କିଛି ସମୟ ଥଣ୍ଡା ହେବାକୁ ଦିଅନ୍ତୁ । ତେବେ ଖାଲି ପାଟିରେ ଜୁଆଣି ଚୋବାଇ ଖାଇପାରିବେ ।
  • ପାନମହୁରୀ: ଆୟୁର୍ବେଦରେ ପାନମହୁରୀକୁ ମୁଖ୍ୟ ଉପାଦାନ ମଧ୍ୟରେ ବିବେଚନା କରାଯାଏ । ପାନମହୁରୀ ହଜମ କରିବାରେ ସାହାଯ୍ୟ କରିବା ସହିତ ପ୍ରଦାହକୁ ହ୍ରାସ କରିଥାଏ । ଏକ ଚାମଚ ପାନମଧୁରୀକୁ ପାଣିରେ ମିଶାଇ କିଛି ସମୟ ରଖନ୍ତୁ । ଏହାପରେ ଉକ୍ତ ପାନମହୁରୀକୁ ଗୁଣ୍ଡ କରି ଗରମ ପାଣିରେ ମିଶାଇ ଛୋଟଛୁଆଙ୍କୁ ଦେଇପାରିବେ ।

ଏହା ମଧ୍ୟ ପଢନ୍ତୁ: ସାବଧାନ ! ପେଟରେ ଏହି ସବୁ ଯନ୍ତ୍ରଣା ହୋଇପାରେ ହୃଦ୍‌ରୋଗ ଲକ୍ଷଣ

  • ହିଙ୍ଗୁ: ଏଥିରେ ଆଣ୍ଟିସ୍ପାସ୍ମୋଡିକ ଗୁଣ ରହିଥାଏ ଯାହା ପେଟ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । ଏକ ଚାମଚ ହିଙ୍ଗୁକୁ ନେଇ ଏକ ଚାମଚ ଉଷୁମ ପାଣିରେ ମିଶାନ୍ତୁ । ଏହାକୁ ଶିଶୁର ନାଭିରେ ଲଗାଇପାରିବେ। ଯାହାକି ପେଟ ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ ।
  • ପୁଦିନା ପତ୍ର: ପୁଦିନା ପତ୍ରରେ ଥଣ୍ଡା ଗୁଣ ରହିଛି ଯାହା ପେଟରେ ଅସୁବିଧାକୁ ହ୍ରାସ କରିପାରେ । କିଛି ପୁଦିନା ପତ୍ରକୁ ଗ୍ରାଇଣ୍ଡ କରି ଏକ ଗ୍ଲାସ ଗରମ ପାଣିରେ ମିଶାନ୍ତୁ । ଏହି ପାଣି ପିଇବା ଦ୍ବାରା ମଧ୍ୟ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ ।
  • ତ୍ରିଫଳା: ତ୍ରିଫଳା ହେଉଛି ଆୟୁର୍ବେଦର ଏକ ଔଷଧୀୟ ମିଶ୍ରଣ ଯାହା ହଜମ ପ୍ରକ୍ରିୟା ପାଇଁ ବେଶ ଲାଭଦାୟକ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଛୁଆଙ୍କୁ ତ୍ରିଫଳା ଦେଇପାରିବେ । ତ୍ରିପାଠୀ ହଜମଶକ୍ତିକୁ ବୃଦ୍ଧି କରିବା ସହିତ ପେଟ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ ।
  • ପୃଷ୍ଟିକର ଖାଦ୍ୟ: ଆୟୁର୍ବେଦରେ ପୃଷ୍ଟିକର ଖାଦ୍ୟକୁ ଅଧିକ ଗୁରୁତ୍ବ ଦିଆଯାଇଥାଏ । ଅଳ୍ପ ପରିମାଣରେ ଖାଦ୍ୟ ସହିତ ସମୟରେ ମଧ୍ୟ ବ୍ୟବଧାନ ରଖନ୍ତୁ । ଗରମ ଖାଦ୍ୟ ଖାଇବାକୁ ଦେବା ସହିତ ଅତ୍ୟଧିକ ଖାଦ୍ୟଠାରୁ ଦୂରେଇ ରଖନ୍ତୁ । ଏହି ଅଭ୍ୟାସଗୁଡ଼ିକ ହଜମକୁ ପ୍ରୋତ୍ସାହନ ଦେଇପାରେ ଏବଂ ପେଟ ଯନ୍ତ୍ରଣାକୁ ରୋକିପାରେ ।

ଆୟୁର୍ବେଦିକ ଚିକିତ୍ସା ଆରାମ ପ୍ରଦାନ କରିଥାଏ । କିନ୍ତୁ ଏହା ମନେ ରଖିବା ଜରୁରୀ ଯେ ପ୍ରତ୍ୟେକ ଶିଶୁର ଶାରୀରିକ ଗଠନ ଭିନ୍ନଭିନ୍ନ ଅଟେ । ଯଦି ଆପଣଙ୍କ ଛୁଆର ପେଟ ଯନ୍ତ୍ରଣା ଜାରି ରହେ କିମ୍ବା ଜ୍ୱର, ବାନ୍ତି କିମ୍ବା ଅନ୍ୟାନ୍ୟ ଆନୁସଙ୍ଗିକ ଲକ୍ଷଣ ଦେଖାଯାଏ ତେବେ ସଠିକ୍ ନିରାକରଣ ଏବଂ ଚିକିତ୍ସା ପାଇଁ ଶିଶୁରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ନିହାତି ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.