ETV Bharat / sukhibhava

ଏହି ଲକ୍ଷଣ ଥିଲେ ସାବଧାନ ! ହୋଇପାରେ କିଡନୀ ଖରାପ !

author img

By

Published : Jan 4, 2023, 5:36 PM IST

ଆମ ଶରୀରରେ କିଡନୀ ବା ବୃକକ୍ ସଠିକ୍ କାର୍ଯ୍ୟ ନକଲେ ନାନା ରୋଗ ଦେଖାଯାଇଥାଏ । ତେବେ କିଡନୀ ଠିକ୍‌ରେ କାର୍ଯ୍ୟ କରୁଛି ଅର୍ଥାତ୍ ସୁସ୍ଥ ଅଛି ବୋଲି ଜାଣିବେ କିପରି, ଜାଣନ୍ତୁ(Signs of kidney failure) । ଅଧିକ ପଢ଼ନ୍ତୁ

kidney failure
kidney failure

ହାଇଦ୍ରାବାଦ: କିଡନୀ ବା ବୃକକ୍ ଆମ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଆମ ଶରୀରର ଦୂଷିତ ପଦାର୍ଥକୁ ଫିଲ୍ଟର୍ କରି ଶୌଚ ମାଧ୍ୟମରେ ନିଷ୍କାସିତ କରିଥାଏ । ଯଦି କିଡନୀ ସଠିକ୍ କାର୍ଯ୍ୟ ନକରେ ତେବେ ବିଭିନ୍ନ ରୋଗ ଦେଖା ଦେଇଥାଏ । ତେବେ କିଡନୀ ଠିକ୍‌ରେ କାର୍ଯ୍ୟ କରୁଛି ଅର୍ଥାତ୍ ସୁସ୍ଥ ଅଛି ବୋଲି ଜାଣିବେ କିପରି ? ଆଜିର ଆର୍ଟିକଲରେ ଏହି ସମସ୍ୟା ବାବଦରେ ଆଲୋଚନା କରିବା...

ରକ୍ତର ଶୁଦ୍ଧତା ଏବଂ ଶରୀରରୁ ଅଧିକ ତରଳ ପଦାର୍ଥ ଦୂର କରିବା ପାଇଁ କିଡନୀ କାର୍ଯ୍ୟକରେ । କିନ୍ତୁ ଯେତେବେଳେ କିଡନୀ ସଠିକ୍ ଭାବରେ କାମ କରେ ନାହିଁ, ସେତେବେଳେ ଶରୀରରେ ଅନେକ ଲକ୍ଷଣ ଦେଖାଯିବା ଆରମ୍ଭ କରେ । କେଉଁକେଉଁ ଲକ୍ଷଣ କ୍ରନିକ୍ କିଡନୀ ରୋଗରେ ପୀଡିତ ହେବାର ଆଶଙ୍କା ସୃଷ୍ଟି(Signs of kidney failure) କରେ ଜାଣନ୍ତୁ...

ଅଧିକ କ୍ଳାନ୍ତ ଲାଗିବା- ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଶରୀରିକ ଶକ୍ତି କମ୍ ହୋଇଯାଉଛି କିମ୍ବା ଏକାଗ୍ର ହେବାରେ ଅସୁବିଧା ହେଉଛି, ଏହା ଏକ ଖରାପ ସଙ୍କେତ । କିଡନୀ କାର୍ଯ୍ୟରେ ଗୁରୁତର ହ୍ରାସ ହେଲେ ରକ୍ତରେ ବିଷାକ୍ତ ପଦାର୍ଥ ଏବଂ ଅପରିଷ୍କାରତା ସୃଷ୍ଟି ହୋଇପାରେ । ଏହା ଲୋକମାନଙ୍କୁ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରାଇପାରେ ।

ଏହା ମଧ୍ୟ ପଢନ୍ତୁ:- Kidney Health: ଏହି 5ଟି ଖାଦ୍ୟ ଖାଇପାରିବେ କିଡନୀ ରୋଗୀ

ତ୍ୱଚା କୁଣ୍ଡେଇ ହେବା ଏବଂ ଶୁଷ୍କତା- ବିଶେଷଜ୍ଞ କୁହନ୍ତି ଯେ, ଏକ ସୁସ୍ଥ କିଡନୀ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ । ସେମାନେ ଶରୀରରୁ ବର୍ଜ୍ୟବସ୍ତୁ ଏବଂ ଅତିରିକ୍ତ ତରଳ ପଦାର୍ଥ ବାହାର କରନ୍ତି, ଲୋହିତ ରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରନ୍ତି, ହାଡକୁ ଦୃଢ ରଖନ୍ତି ଏବଂ ରକ୍ତରେ ସଠିକ୍ ପରିମାଣର ଖଣିଜ ପଦାର୍ଥ ବଜାୟ ରଖିବା ପାଇଁ କାର୍ଯ୍ୟ କରନ୍ତି । ଶୁଖିଲା ଏବଂ କୁଞ୍ଚିତ ଚର୍ମ ଓ ହାଡ ରୋଗର ଏକ ସଙ୍କେତ ହୋଇପାରେ, ଯାହା ପ୍ରାୟତ ଜଟିଳ କିଡନୀ ରୋଗରେ ଦେଖାଯାଏ, ଯେତେବେଳେ କିଡନୀ, ରକ୍ତରେ ଖଣିଜ ପଦାର୍ଥ ଏବଂ ପୋଷକ ତତ୍ତ୍ୱର ସଠିକ୍ ସନ୍ତୁଳନ ରକ୍ଷା କରିପାରେ ନାହିଁ ସେତେବେଳେ ଏହି ସମସ୍ୟା ଦେଖାଯାଏ ।

ପରିସ୍ରାରେ ରକ୍ତ- ଯେତେବେଳେ କିଡନୀ ଫିଲ୍ଟର ନଷ୍ଟ ହୋଇଯାଏ, ଏହି ରକ୍ତ କୋଷଗୁଡ଼ିକ ମୂତ୍ର ମାଧ୍ୟମରେ ଲିକ୍ ହେବାକୁ ଲାଗେ । କିଡନୀ ରୋଗର ଲକ୍ଷଣ ହେବା ସହିତ ମୂତ୍ରରେ ରକ୍ତ ଏକ ଟ୍ୟୁମର, କିଡନୀ ଷ୍ଟୋନ୍ କିମ୍ବା ସଂକ୍ରମଣର ଲକ୍ଷଣ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.