ETV Bharat / sukhibhava

ୱାର୍କ ଫ୍ରମ୍ ହୋମ୍‌ କାରଣରୁ ବଢୁଛି ମଧୁମେହ ଆଶଙ୍କା

author img

By

Published : Nov 15, 2022, 1:45 PM IST

ଖୁବଶୀଘ୍ର ଭାରତରେ ମଧୁମେହ 77 ମିଲିୟନରୁ ଅଧିକ ଲୋକଙ୍କୁ ପ୍ରଭାବିତ କରୁଥିବା ମହାମାରୀର ମାନ୍ୟତା ହାସଲ କରିବାକୁ ଯାଉଛି, ଯାହା ଏକ ଚିନ୍ତାର କାରଣ । ବିଶେଷଜ୍ଞଙ୍କ ମତ ଅନୁସାରେ ୱାର୍କ ଫ୍ରମ୍ ହୋମ୍‌ କାରଣରୁ ଲୋକେ ଅଧିକ ମଧୁମେହର ଶିକାର ହେଉଛନ୍ତି । ଅଧିକ ପଢନ୍ତୁ

ୱାର୍କ ଫ୍ରମ୍ ହୋମ୍‌ କାରଣରୁ ବଢୁଛି ମଧୁମେହ ଆଶଙ୍କା
ୱାର୍କ ଫ୍ରମ୍ ହୋମ୍‌ କାରଣରୁ ବଢୁଛି ମଧୁମେହ ଆଶଙ୍କା

ଲକ୍ଷ୍ନୌ: ଦିନକୁ ଦିନ ବଢିବାରେ ଲାଗିଛି ମଧୁମେହ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶିକା ଡ. ପୁନମ୍ କ୍ଷେତ୍ରପାଳ ସିଂହଙ୍କ କହିବା ଅନୁସାରେ ସାରା ବିଶ୍ବରେ ବର୍ଷରେ 422 ନିୟୁତ ଲୋକେ ଡାଇବେଟିସ୍‌ରେ ପୀଡିତ ହେଉଛନ୍ତି । ସେହିପରି ବିଶ୍ବରେ ବର୍ଷକୁ 15 ଲକ୍ଷ ଲୋକଙ୍କର ଜୀବନ ଯାଉଛି, ଯାହା ବର୍ତ୍ତମାନ ଚିନ୍ତାର କାରଣ । ମଧୁମେହର କାରଣ ଅନେକ ହୋଇପାରେ, କିନ୍ତୁ ବସି ରହିବା ଏବଂ ମେଦବହୁଳତା ଏହାର ମୁଖ୍ୟ କାରଣ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଦର୍ଶାଇଛନ୍ତି ।

ଏଥିପାଇଁ ୱାର୍କ ଫ୍ରମ୍ ହୋମ୍‌କୁ ମୁଖ୍ୟ ଦାୟୀ ବୋଲି ବିବେଚନା କରିଛନ୍ତି ବିଶେଷଜ୍ଞ । ସେମାନେ କହିଛନ୍ତି ଯେ, ୱାର୍କ ଫ୍ରମ୍ ହୋମ୍‌ ବା ଘରେ ବସିରହି କାମ ରହୁଥିବା ଲୋକେ ଅଧିକ ମଧୁମେହରେ ପୀଡିତ ହେଉଛନ୍ତି(Sedentary lifestyle leading to spurt in diabetic cases: Medical experts) । ବିଶେଷ କରି 20 ବର୍ଷର ବୟସର ପିଲା ଅଧିକ ମଧୁମେହର ଶିକାର ହେଉଥିବା ଜଣାପଡିଛି ।

ଲକ୍ଷ୍ନୌର କିଙ୍ଗ ଜିଓର୍ଜ ମେଡିକାଲ ୟୁନିଭରସିଟିର ଜଣେ ବରିଷ୍ଠ ଅଧ୍ୟାପକ ଡ. କ୍ୟୁସେର ଉସମାନ କହିଛନ୍ତି, "କୋଭିଡ କଟକଣା ହଟିବା ପରେ ମଧ୍ୟ କେତେକ କ୍ଷେତ୍ରରେ କମ୍ପାନୀଗୁଡିକ WFH ନୀତି ଅବଲମ୍ବନ କରୁଛନ୍ତି । ଏହା ମଧ୍ୟ 30 ରୁ 40 ବର୍ଷ ବୟସର ବ୍ୟକ୍ତିଙ୍କ ମଧ୍ୟରେ ମଧୁମେହ ରୋଗର ବୃଦ୍ଧି ହେବାର କାରଣ ହୋଇପାରେ । ତେଣୁ କାର୍ଯ୍ୟରତ ବୃତ୍ତିଗତମାନେ ଜୀବନଶାଳୀକୁ ବାଲାନ୍ସ ବା ସନ୍ତୁଳିତ କରିବା ଆବଶ୍ୟକ ।

ଆସୋସିଏସନ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଡକ୍ଟର୍ସ ସେକ୍ରେଟେରୀ ଜେନେରାଲ୍ ଡ଼. ଅଭିଷେକ ଶୁକ୍ଲା କହିଛନ୍ତି ଯେ "ମଧୁମେହରେ ଏକ ପ୍ରମୁଖ କାରଣ ହେଉଛି ମେଦବହୁଳତା, ଯାହା ଯୁବ ପେସାଦାରଙ୍କ ମଧ୍ୟରେ ବୃଦ୍ଧି ପାଉଛି । ସେମାନେ ଦୀର୍ଘ ଘଣ୍ଟା ଧରି ବସିରହିବା କାମ କରନ୍ତି ଏବଂ ଏହି ସମୟରେ ଫାଷ୍ଟଫୁଡ୍ ଖାଇଥାନ୍ତି । ଏହା ଏକ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ।"

ଡ. ମାୟଙ୍କ ସୋମାନି କହିଛନ୍ତି, "ଖୁବଶୀଘ୍ର ଭାରତରେ ମଧୁମେହ 77 ମିଲିୟନରୁ ଅଧିକ ଲୋକଙ୍କୁ ପ୍ରଭାବିତ କରୁଥିବା ମହାମାରୀର ମାନ୍ୟତା ହାସଲ କରିବାକୁ ଯାଉଛି । ଏହା ବିଭିନ୍ନ ପ୍ରକାରର ହୋଇପାରେ । ଡାକ୍ତରୀ ବିଶେଷଜ୍ଞମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଯୁବକମାନେ ମେଦବହୁଳତାକୁ ହ୍ରାସ କରିବା ପାଇଁ ଭାରୀ ବ୍ୟାୟାମକୁ ପସନ୍ଦ କରୁଛନ୍ତି, ଯାହା ବିପଦର କାରଣ । ଏହି କାରଣରୁ ଅନେକ ଅଭିନେତାଙ୍କର ମଧ୍ୟ ବ୍ୟାୟାମ ସମୟରେ ଜୀବନ ଯାଉଛି ବୋଲି ଡାକ୍ତର ଦର୍ଶାଇଛନ୍ତି । ତେଣୁ ସଠିକ୍ ପରିମାଣରେ ଖାଦ୍ୟ ଗ୍ରହଣ ଓ ହାଲୁକା ବ୍ୟାୟାମ ଶରୀର ପାଇଁ ଲାଭଦାୟକ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.